ବେତନଟୀ : ବେତନଟୀ ନିକଟସ୍ଥ ଆଗ୍ରିଆ ହନୁମାନ ମନ୍ଦିର ପରିସରରେ ମୟୂରଭଞ୍ଜ ସିଟିଜେନ୍ ଫୋରମ, ବାରିପଦା ଆନୁକୁଲ୍ୟରେ “ନମସ୍ତେ ମାନନୀୟେଷୁ ସମ୍ୱର୍ଦ୍ଧନା” କାର୍ଯ୍ୟକ୍ରମ ଆଗ୍ରିଆ ସ୍ଥିତ ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଅଛି। ଫୋରମର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ନିଜ ବକ୍ତବ୍ୟରେ ଶ୍ରୀ ବୁଗୁଡ଼େଇ ଭଞ୍ଜଭୂଇଁର ସ୍ଵର – ସମାଜ ଆଗ ସୁଧାର ସମ୍ପର୍କରେ ସୂଚନା ଓ ଆହ୍ୱାନ ସହ ବେତନଟୀ ଅଞ୍ଚଳର ଶିକ୍ଷା,ସ୍ଵାସ୍ଥ୍ୟ ଓ ଗମନାଗମନ ଆଦିର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ଵ ଦେଇଥିଲେ। ପ୍ରାରମ୍ଭରେ ସଭାରେ ଅତିଥିଗଣଙ୍କ ପରିଚୟ ପ୍ରଦାନ କରିବା ସହ ଫୋରମର ଆଭିମୁଖ୍ୟ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ବନ୍ଧରେ ଫୋରମର ସଦସ୍ୟ ତଥା ଆଡ୍ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ଆଲୋକପାତ କରିଥିଲେ।
ସିଟିଜେନ ଫୋରମର ସାଂଗଠନିକ ସଂପାଦକ ତଥା ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ ଉପସ୍ଥିତି ଅତିଥି, ବୁଦ୍ଧିଜୀବୀ,ଶିକ୍ଷାବିତ୍ ଗଣଙ୍କୁ ବେତନଟୀ ମାଟିର ଓଡ଼ିଶା ରାଜନୀତି ଉପରେ ପ୍ରଭାବ ସହ ବ୍ୟବସାୟର ପେଣ୍ଠସ୍ଥଳରେ ଉନ୍ନତି ସମ୍ଭବ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ। ବେତନଟୀ ଅଞ୍ଚଳର ପ୍ରବାଦ ପୁରୁଷ ପ୍ରସନ୍ନ କୁମାର ଦାଶଙ୍କ ପୁତ୍ର ସୁବାଷ ଚନ୍ଦ୍ର ଦାଶ ଓ ଅନ୍ୟତମ ରାଜନେତା ସନ୍ତୋଷ କୁମାର ବଳାଙ୍କ ସୁପୁତ୍ର ଇଂ ସୁଶାନ୍ତ କୁମାର ବଳା,ସମାଜସେବୀ ସତୀଶଚନ୍ଦ୍ର ପାତ୍ର ଓ ଚୁଡ଼ାମଣି ମହାପାତ୍ର, ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀ , ମୟୂରଭଞ୍ଜ ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ଜଗନ୍ନାଥ ସେବକ ଜୟନ୍ତକୁମାର ପଟ୍ଟନାୟକ, ଶିକ୍ଷାବିତ୍ ଡଃ ରମାକାନ୍ତ ସିଂହ, ସାହିତିକ ଭାସ୍କର ଚନ୍ଦ୍ର ଦ୍ୱିବେଦୀ ଓ ସଫଳ ବ୍ୟବସାୟୀ ସର୍ବେଶ୍ଵର ମିଶ୍ର ଭଳି ପ୍ରତିଭାଧର ମାନଙ୍କୁ ଫୋରମର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ସମ୍ବର୍ଦ୍ଧିତ କରିଥିଲ ।
ସମ୍ବର୍ଦ୍ଧିତ ହୋଇ ଆଗେଇ ଯିବାର ଓ କିଛି କରିବାର ପ୍ରେରଣା ଲାଭ କରିଥିବାର ସମ୍ବର୍ଦ୍ଧିତ ବ୍ଯକ୍ତିଗଣ ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ। ଉକ୍ତ ସଭାରେ ଯତୀନ୍ଦ୍ର ନାଥ ସାହୁ, ଲେନିନ ମହାନ୍ତି, ସହଦେବ ଗିରି,ରବୀନ୍ଦ୍ରନାଥ ଖଟୁଆ, ଡଃ ରମାକାନ୍ତ ମହାନ୍ତ, ବିଜୟ କୁମାର ଦ୍ଵିବେଦୀ, ସଂଜୟ କୁମାର ଭୂୟାଁ,ନୀରୋଦ ସୁନ୍ଦର ଜେନା, ଶ୍ରୀକଷ୍ଣ ମହାନ୍ତ, କ୍ଷୀରୋଦ ମହାନ୍ତି ଆଦି ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦାନ କରିଥିଲେ। ପରବର୍ତ୍ତୀ ସମୟରେ ବେତନଟୀରେ ଜନ୍ମିତ ସର୍ବଭାରତୀୟ ସ୍ତରରେ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ଵ ତଥା ଭାରତର ମୂଖ୍ଯ ହିସାବ ରକ୍ଷକ ଓ ମହାସମୀକ୍ଷକ ତଥା ବରିଷ୍ଠ ଆଇଏଏସ ଗିରୀଶ ଚନ୍ଦ୍ରମୁର୍ମୁ ଙ୍କ ବାସଗୃହକୁ ଫୋରମର ସଦସ୍ୟଗଣ ଯାଇ ତାଙ୍କ ମାଆ ଓ ପରିବାର ବର୍ଗଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲେ।
