Odisha news

ଯାତ୍ରୀବାହୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ

0
ବେତନଟୀ : ବେତନଟୀ ବ୍ଲକର  ବୈଶିଙ୍ଗା ଥାନା ଅଧୀନ ହାତୀଝୁରୀ ପଞ୍ଚାୟତ ୧୮ ନଂ ଜାତୀୟ ରାଜପଥର ବଗଲପୁର ଛକ ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହେବା ସହ ରାସ୍ତା ପାର୍ଶ୍ଵ ବିଲରେ ପଡିଥିବା ଜଣାଯାଇଛି। ସୂଚନାଯୋଗ୍ୟ ବୁଧବାର ଭୋର ସମୟରେ ଭୁବନେଶ୍ଵର ରୁ ରାଞ୍ଜି ଯାଉଥିବା ଡଲଫିନ ଏସି ସ୍ଲିପର ବସ (ଓଆର- O୫-ଏଆର-୭୧୬୫)ଟି ଯାଉଥିବା ବେଳେ ୧୮ ନଂ ଜାତୀୟ ରାଜପଥ ଉପରେ ବଗଲପୁର ଛକ ନିକଟରେ ରାତି ସମୟରେ  ଦୁଇଟି ଷଣ୍ଢ ଲଢେଇ ଲାଗୁଥିବା ବେଳେ ବସଟି ଯାଇ ଷଣ୍ଢ ଗୁଡିକୁ ଧକ୍କା ଦେଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ବିଲରେ ପଡିଯାଇଥିଲା। ଦୁର୍ଘଟଣାରେ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ଗୋଟିଏ ଷଣ୍ଢ ମରିଯାଇଥିଲା ଏବଂ ସମସ୍ତ ଯାତ୍ରୀ ଆହତ ହୋଇଥିଲେ ମଧ୍ୟ ସୁରକ୍ଷିତ ଥିବା ଜଣାଯାଇଛି। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି।
Nalco
Leave A Reply