Odisha news

ନଡପୁର ଅଞ୍ଚଳରୁ ବିଦ୍ୟୁତ ତାର ଚୋରି : ୩ ଗିରଫ ୧ ଫେରାର , ତାର ସହ ଅଟୋ ଜବତ

0
ବେତନଟୀ  : ଦିନକୁ ଦିନ ବିଦ୍ୟୁତ ତାର ଚୋରି ବଢୁଥିବା ବେଳେ ଉପଭୋକ୍ତା ମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତତ ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗ ଏବଂ ପୁଲିସ ଚୋରି ରୋକିବାରେ ବିଫଳ ହେଉଥିବା ଚର୍ଚ୍ଚା ହେଉଛି। ମାତ୍ର ଗତ ୧୨ ତାରିଖ ରାତିରେ ବୈଶିଙ୍ଗା ଥାନା ଅଧୀନ ନଡପୁର ଅଞ୍ଚଳରେ  ହୋଇଥିବା ଆଲୁମିନିୟମ ବିଦ୍ୟୁତ ତାର ଚୋର ମାନଙ୍କୁ ଧରିବାରେ ବୈଶିଙ୍ଗା ପୁଲିସକୁ ସଫଳତା ମିଳିଛି। ସୂଚନା ମୁତାବକ ନଡପୁର ରୁ ସିଙ୍ଗଲାମୁଣ୍ଡଳୀ ଯାଇଥିବା ଆଠ ଟି ଖୁଣ୍ଟିରୁ ପ୍ରାୟ ୫୦୦ ମିଟର ରୁ ଉର୍ଦ୍ଧ୍ଵ ଲମ୍ବର ଆଲୁମିନିୟମ ତାର ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା।ଚାରି ଜଣ ଚୋର ଏଥିରେ ସାମିଲ ଥିବା ବେଳେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସେମାନଙ୍କୁ ଠାବ କରି ତିନି ଜଣଙ୍କୁ ଗିରଫ କରିବା ସହ ତାର ଓ ବ୍ୟବହୃତ ଅଟୋ (ଓଡି-୧୧ଜେଡ-୩୬୫୬)ଟି କୁ ମଧ୍ୟ ଜବତ କରି ଥାନାକୁ ନେଇ ଆସିଥିବା ଜଣାଯାଇଛି। ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଗୋବିନ୍ଦରାୟପୁର ଅଞ୍ଚଳର ସେଖ ଜେହିରୁଦ୍ଦିନ୍ ଏବଂ ରାସଗୋବିନ୍ଦପୁର ଥାନା ଅଧୀନ କାପୋଇ ଅଞ୍ଚଳରୁ ଧର୍ମେନ୍ଦ୍ର ମହାନ୍ତ ଓ ଅମ୍ବୁଜା ମହାନ୍ତଙ୍କୁ ଗିରଫ କରି ଆଜି କୋର୍ଟ କରାଯାଇଥିବା ଜଣାଯାଇଛି। କାପୋଇ ଅଞ୍ଚଳରୁ ଧରାପଡ଼ିଥିବା ଦୁଇ ଚୋରଙ୍କ ମଧ୍ୟରୁ ଜଣେ ଅଟୋ ଡ୍ରାଇଭର ଥିବା ବେଳେ ଅନ୍ୟ ଜଣେ ବିଦ୍ୟୁତ ବିଭାଗର ଲାଇନମ୍ୟାନ ଭାବେ କାର୍ଯ୍ୟ କରୁଥିବାର ଜଣାଯାଇଛି। ଏନେଇ ବୈଶିଙ୍ଗା ଥାନାରେ ୨୫/୨୩ର ମାମଲା  ରୁଜ୍ଜୁ କରି ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି।
Nalco
Leave A Reply