Odisha news

ଅଁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଉଦଯାପିତ

0

ବେତନଟୀ/ବୈଶିଙ୍ଗା :  ବୈଶିଙ୍ଗା ଥାନା ଅଧୀନ ଅଁଳା ଗ୍ରାମପଞ୍ଚାୟତର ଅଁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା କାର୍ଯ୍ୟକ୍ରମ ଗତ ୯ ତାରିଖରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସମୀର କୁମାର ଜେନାଙ୍କ ଦ୍ଵାରା ଉଦଘାଟିତ ହୋଇ ଦୀର୍ଘ ୧୦ ଦିନ ପରେ ଆଜି ୧୯ ତାରିଖରେ ଉଦଯାପିତ ହୋଇଥିବା ଜଣାଯାଇଛି। ପ୍ରଶିକ୍ଷିକା ସୁଭଦ୍ରା ମାହାର୍ଣ୍ଣା ବିଦ୍ୟାଳୟର ୮୪ଜଣ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମୀର କୁମାର ଜେନାଙ୍କ ପୌରହିତ୍ୟରେ ଆଜି ୧୯ ତାରିଖରେ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ମନୋରଞ୍ଜନ ଲେଙ୍କା ଯୋଗ ଦେଇ ସରକାରଙ୍କ ତରଫରୁ ତାଲିମ ଦିଆଯାଉଥିବା ଏହି ଛାତ୍ରୀ ଆତ୍ମସୁରକ୍ଷା କାର୍ଯ୍ୟକ୍ରମକୁ ଏକ ମହତ ଉଦ୍ଦେଶ୍ୟ ବୋଲି ବର୍ଣ୍ଣନା କରିଥିଲେ। ଅଧ୍ୟାପକ  ଗଣେଶ୍ଵର ପ୍ରଧାନ, ନିର୍ମଳ କୁମାର ସାମଲ , ରବିନ୍ଦ୍ର କୁମାର ରାଉଳ ନାରୀ ସୁରକ୍ଷାର ବିଭିନ୍ନ ଦିଗରେ ମତପୋଷଣ କରିଥିଲେ। ସଂଯୋଜକ ହରିନାଥ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Nalco
Leave A Reply