Odisha news

ମହୁଲିଆ ଠାରେ ଟୁସୁ ମହୋତ୍ସବରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

0

ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ମହୁଲିଆ ବନ୍ଧ ନିକଟରେ ଅନୁଷ୍ଠିତ ଟୁସୁ ମହୋତ୍ସବରେ  ଲୋକ ନୃତ୍ୟ ଝୁମର, ଛଉ , କାଠି ନାଚ, ପାନ୍ତା ନାଚ ଏବଂ ପାରମ୍ପାରିକ ନୃତ୍ୟ ସଂଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲୁକି ଥିଲା। ଟୁସୁ ମହୋତ୍ସବ ସମିତିର ସଭାପତି ଉମାକାନ୍ତ ମହାନ୍ତଙ୍କର ସଭାପତିତ୍ଵରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ବଡ଼ସାହି ବିଧାୟକ , ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପାନମଣି ମୁର୍ମୁ, ପଞ୍ଚାୟତ ସମିତି ସଭ୍ୟ ଇଂ. ରଣଜିତ କୁମାର ସିଂ, ୱାର୍ଡ ସଭ୍ୟ ବନମାଳୀ ସିଂ, ମଣ୍ଡଳ ସଭାପତି ରାଜକିଶୋର ସାହା, ଯୁବ ନେତା  କ୍ଷୀରୋଦ ଚନ୍ଦ୍ର ପାତ୍ର,ଶିକ୍ଷକ ଦୀପକ କୁମାର ପାତ୍ର ଏବଂ ମୁଖ୍ୟ ବକ୍ତା ଭାବରେ ଓଡିଶା କୁଡୁମି ମହାସଭାର ସାଧାରଣ ସମ୍ପାଦକ ଏଡ଼ଭୋକେଟ ବସନ୍ତ କୁମାର ମହାନ୍ତ, ସମ୍ମାନିତ ବକ୍ତା ଭାବରେ କବି ମନୋଜ କୁମାର ମହାନ୍ତ,ଡାକ୍ତର ପରମାନନ୍ଦ ମହାନ୍ତ ପ୍ରମୁଖ ଯୋଗଦାନ କରି ଟୁସୁ ଦେବୀଙ୍କର ସମାଜ ପ୍ରତି ଅବଦାନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଚିତ୍ରଡା ଗ୍ରାମର ଅଶୋକ କୁମାର ମହାନ୍ତ ଏବଂ ମେଘନାଦ ମହାନ୍ତଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର କାଠି ନାଚ ଏବଂ ଝୁମର ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ଟୁସୁ ମେଲଣ ପ୍ରତିଯୋଗିତାରେ ୨୫ଟି ଟୁସୁ ମେଲଣ ଅଂଶ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ ଟୁସୁ ଦଳ ଗୁଡିକ ଯଥା – ପ୍ରଥମ ଝରଣ ସାହି ବମ୍ବେ ଛକର ବସୁମତୀ ମହାନ୍ତ ଏବଂ ଗ୍ରୁପ ଦ୍ଵିତୀୟ ଦୁର୍ଗା ପୁରର ଲିପିକା ମହାନ୍ତ ଏବଂ ଗ୍ରୁପ, ତୃତୀୟ କଇଁଫୁଲିଆର ଦମୟନ୍ତୀ ମହାନ୍ତ ଏବଂ ଗ୍ରୁପ,ଚତୁର୍ଥ ହାତୀକୋଟ ବାରିପଦାର ଲତିକା ମହାନ୍ତ ଏବଂ ଗ୍ରୁପଙ୍କୁ ପୁରସ୍କୃତ କରାଯାଇଥିଲା।ଶିକ୍ଷକ ଡ଼ଃ ରମାକାନ୍ତ ମହାନ୍ତ ସଭା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ  ସମ୍ପାଦକ ଦୈତାରୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ  ମହୁଲିଆ, ଶଗଡ଼ଭଙ୍ଗା , କାଇଁଫୁଲିଆ, ବାଘମରା,  ଯୋଗିନୁଆଗାଁ , ବାଗୁଲି, କୋଚିଳା ଖୁଣ୍ଟା, ପାଉଁଶିଆ, ସାକୁଆ, ବେତନଟୀ, ଦୋହିକଟି, ପୁରିନ୍ଦା, ନହଡାସୋଲ, ଦୁର୍ଗାପୁର, ଆଗ୍ରିଆ ପ୍ରମୁଖ ଆଖ ପାଖ ଅଂଚଳର ୨୫ ହଜାରରୁ ଅଧିକ ଦର୍ଶକ ଟୁସୁ ମହୋତ୍ସବକୁ ଉପଭୋଗ କରିଥିଲେ ।

Nalco
Leave A Reply