ବେତନଟୀ : ବୈଶିଙ୍ଗା ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମନ୍ଦିର ଗୁଡ଼ିକରୁ ଚୋରି ଘଟଣା ରେ ଗତ ୮ ତାରିଖ ଦିନ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ପୁରୁଣିଆ ଶିବ ମନ୍ଦିର ଚୋରୀ ଘଟଣାରେ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। କଳମା ପଞ୍ଚାୟତ ର ଗୋବିନ୍ଦରାୟପୁର ଗ୍ରାମର ନାସିରୁଦ୍ଦିନ୍ ଙ୍କ ପୁଅ ନସିମ୍ (୨୩) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ ଗତ ତିନି ମାସ ମଧ୍ୟରେ ଏହି ଥାନା ଅଞ୍ଚଳରେ ବିଭିନ୍ନ ମନ୍ଦିରରେ ସିରିଜ୍ ଚୋରି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଗତ ୮ ତାରିଖ ଦିନ ବଡ଼ସାହି ଥାନା ଅନ୍ତର୍ଗତ ଭିମଦା ବଜାର ଅଞ୍ଚଳ ରେ ଥିବା ଏକ ସ୍କ୍ରାପ୍ ଗୋଦାମ ଉପରେ ଚଢାଉ କରି ବ୍ୟାପକ ପରିମାଣର ତମ୍ବା , ପିତ୍ତଳ ଓ କଂସା ବାସନକୁସନ ସହ ବ୍ୟାଟେରୀ ଓ ଇନଭରଟର୍ ମଧ୍ୟ ଜବତ କରାଯାଇଥିଲା। ତେବେ ଏହି ରାକେଟ ରେ ଥିବା ଆହୁରି ଅଧିକ ସମ୍ପୃକ୍ତ ଙ୍କୁ ଗିରଫ କରାଯିବାର ସମ୍ଭାବନା ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ଚୋରୀ ଘଟଣାକୁ ନେଇ ବିଭିନ୍ନ ମହଲରେ ନାନାଦି ଗୁଜବ ଚାଲିଥିବା ବେଳେ ବୈଶିଙ୍ଗା ପୁଲିସ ଗୁରୁତର ସହିତ ଏହି ଚୋରୀ ଘଟଣାକୁ ନେଇ ତଦନ୍ତ ଚଳାଇବା ସହିତ ଚୋରମାନଙ୍କୁ ଧରିବାରେ ସଫଳ ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।
