ବେତନଟୀ/ବୈଶିଙ୍ଗା : ପଦଯାତ୍ରା- ପଦଯାତ୍ରା-ପଦଯାତ୍ରା ସାରା ରାଜ୍ୟରେ ପଦଯାତ୍ରାର ମହୋଲ ସୃଷ୍ଟି ହୋଇପାରିଛି। ବଡସାହି ନିର୍ବାଚନ ମଣ୍ଡଳୀ ପାଇଁ ଏହି ପଦଯାତ୍ରାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ମନେ କରୁଛି। କାରଣ ଗତ ସାଧାରଣ ନିର୍ବାଚନରେ ଏହି ଆସନଟି କୁ ଭାଜପା ନିଜର ପାରିବା ପଣିଆଦେଖାଇ ବିଜଦ ହାତରୁ ଛଡାଇ ନେଇଥିଲା। ୨୦୧୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସବୁ ଜିଲ୍ଲା ପରିଷଦ ଆସନ ଭାଜପା ଅକ୍ତିଆର କରି ନେଇ ଥିଲା। ମାତ୍ର ୨୦୨୨ ପଞ୍ଚାୟତ ନିର୍ବାଚନ ରେ ବିଜଦ କୌଶଳ କ୍ରମେ ସବୁ ଆସନ ଫେରାଇ ଆଣିଥିଲା ।
ସେଥିପାଇଁ ବିଜଦର ମନୋବଳ ବଢିଯାଇଛି। ଯେଉଁଥିପାଇଁ ମାଳ ମାଳ ନେତାମାନେ ଗାଁ ଗାଁ ବୁଲି ଏହି ପଦଯାତ୍ରା ମାଧ୍ୟମରେ ଭୋଟରଙ୍କୁ ନିଜ ନିଜ ସପକ୍ଷରେ ଆଣିବାରେ ପ୍ରୟାସ ଚଳାଇଛନ୍ତି। ଏହି ପଦଯାତ୍ରାର ଅନ୍ତିମ ପର୍ଯ୍ୟାୟ ରେ ଗତକାଲି ବଡସାହି ନିର୍ବାଚନ ମଣ୍ଡଳୀର ମାଣତ୍ରୀ, ପୁରୁଣିଆ ଓ ହାତୀଝୁରୀ ପଞ୍ଚାୟତରେ ଖୁବ୍ ଦବରଦସ୍ତ ହୋଇଥିବା ଜଣାଯାଇଛି।ମାଣତ୍ରୀ ପଦଯାତ୍ରାରେ ୫ଟି ଜିଲ୍ଲା ପରିଷଦର ସଦସ୍ୟ ଓ ସଦସ୍ୟା, ବେତନଟୀ ଓ ବଡସାହି ବ୍ଳକର ଦୁଇ ଚେୟାରମେନ୍, ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର, ପ୍ରକାଶ ଦଳେଇ, ବୃନ୍ଦାବନ ଦାସ, ଯାମିନୀ ନାୟକ, ଅର୍ଜୁନ ଦଳେଇଙ୍କ ସମେତ ବହୁ କର୍ମୀ ଓ ମହିଳା ଗୋଷ୍ଠୀ ର କର୍ମୀମାନେ ଯୋଗଦେଇଥିଲେ।ସେହିପରି ହାତୀଝୁରୀ ଓ ପୁରୁଣିଆ ପଞ୍ଚାୟତରେ ବେତନଟୀ ବ୍ଲକ ବିଜଦ ସଭାପତି ସନ୍ତକ କୁମାର ଲେଙ୍କା ଙ୍କ ପରିଚାଳନାରେ ଶହ ଶହ କର୍ମୀଙ୍କ ସହଯୋଗରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।
