Odisha news

ଅତି ଜରୁରୀ କାର୍ଯ୍ୟ ନଥିଲେ ପିତାମାତାଙ୍କୁ ମଧ୍ୟ ବାହାରକୁ ଛାଡିବୁନି : କରୋନା ହେତୁ ବାଧାପ୍ରାପ୍ତ ହେଲାଣି ସାଧାରଣ ଶିକ୍ଷା ବ୍ୟବସ୍ଥା

0

ବେତନଟୀ : ପଡିଆରେ ଖେଳ ବେଳେ ମଧ୍ୟ ଆମ୍ଭେ ମାନେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ମାସ୍କକୁ ସବୁବେଳେ ବ୍ୟବହାର କରିବା ଉଚିତ । ବିନା ମାସ୍କରେ କାହାରିକୁ ଭେଟିଲେ ମାସ୍କ କାହିଁକି ପିନ୍ଧି ନାହାଁନ୍ତି ବୋଲି ଆମ୍ଭେ ପଚାରିବୁ । ଅତି ଜରୁରୀ କାର୍ଯ୍ୟ ନହେଲେ ପିତାମାତାଙ୍କୁ ଘରୁ ବାହାରକୁ ଛାଡିବୁ ନାହିଁ । ପରିବାରର ଲୋକ ମାନଙ୍କୁ ହାତ ଧୋଇବାକୁ ସଚେତନ କରାଇବା ସହିତ ଘରକୁ ଆସୁ ଥିବା ଲୋକ ମାନଙ୍କୁ ହାତ ଧୋଇବା ସହିତ ସାନିଟାଇଜର ଲଗାଇବାକୁ ବାଧ୍ୟ କରିବୁ । ନିଜେ ମାସ୍କ ପିନ୍ଧିବା ସହିତ ଘରକୁ ଆସୁଥିିବା ବ୍ୟକ୍ତିଙ୍କୁ ମାସ୍କ ବ୍ୟବହାର କରିବାକୁ ବାଧ୍ୟ କରିବୁ । ଏପରି ନିଆରା ମତ ପ୍ରକାଶ କରିଛନ୍ତି ବେତନଟୀ ଶାସ୍ତ୍ରୀ ନଗରର ଆଖପାଖର ଛାତ୍ରଛାତ୍ରୀ ମାନେ । କରୋନା ସହିତ ଲଢ଼ାଇରେ ଆମ୍ଭେ ସକ୍ରିୟ ହୋଇ ନିଜର ପରିବାରକୁ ସୁରକ୍ଷିତ ରଖିବୁ ।

କରୋନା ହଟିଲେ ଆମ୍ଭ ମାନଙ୍କ ସ୍କୁଲ ଖୋଲିବ ଓ ଆମ୍ଭେ ପାଠ ପଢ଼ିବୁ । ଏପରି ନିଆରା କାର୍ଯ୍ୟକ୍ରମ କରିଛନ୍ତି କେତେକ ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ମାନଙ୍କର ଏପରି ମନୋବଳକୁ ଆଖପାଖର ସାମାଜିକ ଅନୁଷ୍ଠାନ ସବୁ ପ୍ରଶଂସା କରିଛନ୍ତି । ସମସ୍ତେ ସଚେତନ ହେଲେ କରୋନା ନିଶ୍ଚିତ ହାରିବ ବୋଲି ମତ ପ୍ରକାଶ କରିଛନ୍ତି । ଆଖପାଖର ଦିବ୍ୟାଙ୍ଗ ଓ ଅନ୍ୟାନ ଛାତ୍ରଛାତ୍ରୀ ମାନେ ସାଧାରଣ ସ୍ଥାନରେ ସାମାଜିକ ବ୍ୟବଧାନ କେମିତି ରକ୍ଷା କରା ଯାଏ ତାର ଡେମୋନଷ୍ଟ୍ରେସନ କରି ଦେଖାଇ ଥିଲେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଲଗନା ଦେହୁରୀ, ଇନ୍ଦୁମତୀ ମହାନ୍ତ, ବିନ୍ଦୁ ମହାନ୍ତ, ପ୍ରଶନ୍ନଜିତ ମହାନ୍ତ, ଦୀପୁ ସିଂ, ସୁରେନ୍ଦ୍ର ସିଂ, ସେବତୀ ମହାନ୍ତ, ସୁନିଆ ମାରାଣ୍ଡି ପ୍ରମୁଖ ସାମାଜିକ ବ୍ୟବଧାନ ଉପରେ ସଚେତନା କରାଇ ଥିଲେ ।

ଉପସ୍ଥିତ ଛାତ୍ରଛାତ୍ରୀ ଆସିରୁନ ଖାତୁନ, ଲକ୍ଷ୍ମୀପ୍ରିୟା ମହାନ୍ତ, ଦେବସ୍ମିତା ମହାନ୍ତ, ମାମା ବିନ୍ଧାଣୀ, ସେବତୀ ମହାନ୍ତ, ପ୍ରିୟଦର୍ଶନୀ ପ୍ରଧାନ, ଲକ୍ଷ୍ମୀ ମହାନ୍ତ, ଲକ୍ଷ୍ମୀପ୍ରିୟା ବେହେରା, ସୁମିତ୍ରା ହେମ୍ବ୍ରମ, ପ୍ରମିଳା ମହାନ୍ତ, ସରସ୍ୱତୀ ହେମ୍ବ୍ରମ, ଦେବାଶିଷ ମହାନ୍ତ, ବାଦଲ ସିଂ ପ୍ରମୁଖଙ୍କୁ ମାସ୍କ ପ୍ରଦାନ କରା ଯାଇ ଏହାକୁ ନିୟମିତ ବ୍ୟବହାର କରିବାକୁ ଅନୁରୋଧ କରା ଯାଇ ଥିଲା । ପଦ୍ମମାଳୀର କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳୀ ଭୂୟାଁ, ଉପସଭାପତି ସୋନା ଖାତୁନ, ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି, ସମ୍ପାଦିକା ସୁପ୍ରଭା ବିଶ୍ୱାଳ, କୋଷାଧ୍ୟକ୍ଷା ମିନାକ୍ଷୀ ପରିଡା, ସାଂସ୍କୃତିକ ସମ୍ପାଦିକା ଶୁଭସ୍ମିତା ସେନାପତି, ମିନତୀ ସାହୁ, ଅନିନ୍ଦିତା ସାହୁ, ଆମ୍ଭେ-୮୩ର ସାଧାରଣ ସମ୍ପାଦକ ଆଡଭୋକେଟ ସଞ୍ଜୟ କୁମାର ଭୂୟାଁ, କୋଷାଧ୍ୟକ୍ଷ ଶ୍ୟାମାପ୍ରସାଦ ମଢ଼ୁଆଳ, କବି ନରହରି ମହାନ୍ତ, ମନୋରଞ୍ଜନ ସାହୁ, ପରିବର୍ତ୍ତନର ସମ୍ପାଦକ ଦିଲ୍ଲିପ କୁମାର ପରିଡା, ଶିକ୍ଷୟତ୍ରୀ ଲୁଦିମଣୀ ହେମ୍ବ୍ରମ, କମଳାବାଳା ବେହେରା, ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଏହି ସଚେତନା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଛୋଟ ଛୋଟ ଗ୍ରାମୀଣ ପିଲାଙ୍କ ମଧ୍ୟରେ ଧୀରେ ଧୀରେ କରୋନା ସଚେତନା ବଢ଼ୁ ଥିବାରୁ ଏହା ଶୁଭ ସୂଚନା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରୁଛନ୍ତି ।   କରୋନା ଲକ ଡାଉନ ପରେ ଜନ ସାଧାରଣଙ୍କ ଅର୍ଥନୀତିକୁ ସୁଧାରିବ ମାଛ ଚାଷ ଓ ପଶୁ ପାଳନ

Har Ghar Tiranga

Leave A Reply