Odisha news

ଟ୍ରଲର ଚୋରୀ ଘଟଣାରେ ବୈଶିଙ୍ଗା ଥାନା ମଦାସାହିର ଦୁଇ ଗିରଫ

0
ବେତନଟୀ/ବୈଶିଙ୍ଗା :  ପାରାଦୀପ ରୁ ଏକ ଟ୍ରଲର ଚୋରି ଘଟଣାରେ ଚାଳକ କୁ ମହାନଦୀ ରେ ଫିଙ୍ଗିଦେଇ ବୈଶିଙ୍ଗା ର ରାଜା ଢାବାରେ ବିକ୍ରୀ ପାଇଁ ମୂଲଚାଲ କରି ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ମଧ୍ୟରେ ବୈଶିଙ୍ଗା ଥାନା ଅନ୍ତର୍ଗତ ମଦାସାହି ଗ୍ରାମ ର ଦୁଇ ଜଣ ଥିବା ଜଣା ପଡିଛି। ଏହି ଦୁଇ ଜଣ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ରାଜା ଢାବାର ମାଲିକ ସେକ୍ ଆମଜଦ ଖାଁ ଏବଂ ତାର ସହଯୋଗୀ ଯୋଗେଶ୍ଵର ବାରିକ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଉତ୍ତରପ୍ରଦେଶରୁ ଟ୍ରଲର ଯୋଗେ ପାରାଦୀପ ଇଣ୍ଡିଆନ ଅଏଲ କର୍ପୋରେସନରୁ ମାଲ ନେଇ ଡ୍ରାଇଭର ସାହାଦବ ଆଲାମ (ଚାନ୍ଦ) ପାରାଦୀପ ଆସିଥିଲେ। ମାଲ ଡେଲିଭରି ପରେ ଅନ୍ୟ ଟ୍ରଲର ଡ୍ରାଇଭର ଦିଲ୍ଲୀର ହରପାଲ ସିଂ ଓ ହୁକୁମ ସିଂ ଚାନ୍ଦ ସହିତ ସମୁଦ୍ର କୂଳରେ ମଦ୍ୟ ପାନ କରିଥିଲେ। ଏହା ପରେ ଏହି ଡ୍ରାଇଭର ଦ୍ଵୟ ଚାନ୍ଦର ଟ୍ରଲରରେ ତାକୁ ଶୁଆଇ କଟକ – ପାରାଦୀପ ରାସ୍ତାର ଭୁତମୁଣ୍ଡାଇ ପୋଲ ଉପରେ ଟ୍ରଲର ରଖି ଚାନ୍ଦକୁ ନଦୀ ମଧ୍ୟକୁ ଠେଲି ଦେଇଥିଲେ। ଡ୍ରାଇଭର ଦ୍ଵୟ ଟ୍ରଲରଟିକୁ ଆଣି ବୈଶିଙ୍ଗା ଥାନାଠାରୁ ଅନତୀ ଦୂରରେ ଥିବା ରାଜା ଢାବାରେ ପହଞ୍ଚି ଥିଲେ।ସେଠାରେ ଢ଼ାବା ମାଲିକ ଆମଜାଦ ଖାଁ ,ସହଯୋଗୀ ଯୋଗେଶ୍ଵର ବାରିକ ସହ ମିଶି ବାରିପଦାର ଜଲାଲୁଦ୍ଦିନ ଖାଁ ସହ ବିକ୍ରି ପାଇଁ ମୂଲଚାଲ କରିଥିଲେ। ଏହି ମୂଲଚାଲ ପରେ ୪ଲକ୍ଷ ୬୦ ହଜାର ଟଙ୍କାର ଧାର୍ଯ୍ୟ ପରେ ଦ୍ଵୟ ଡ୍ରାଇଭର ଏବଂ ହେଲପର ୨ଲକ୍ଷ ଟଙ୍କା ନେଇ ପାରାଦୀପ ଫେରି ଯାଇଥିଲେ। ଜଲାଲୁଦ୍ଦିନ ଏହି ଟ୍ରଲର ଟିକୁ ନେଇ ଦେଉଳି ଜଙ୍ଗଲରେ ରଖି ଖଣ୍ଡ ଖଣ୍ଡ କରିବା ପାଇଁ ମସୁଧା କରିବା ବେଳେ ଦେଉଳି ଦେଉଳି ପୁଲିସର ନଜରକୁ ଆସିଥିଲା।ଏହି ଘଟଣାକୁ ପାରାଦୀପ ସ୍ଥିତ ଅଭୟଚାନ୍ଦପୁର ଥାନାରେ ଟ୍ରଲର ଚୋରି ମାମଲା ହୋଇଥିବାରୁ ତାଙ୍କୁ ଖବର ଦେଇଥିଲେ। ଏହା ପରେ ଅଭୟଚାନ୍ଦପୁର ପୁଲିସ ପହଞ୍ଚି ଟ୍ରଲରଟିକୁ ଜବତ କରିବା ସହ ବାରିପଦା ଅଞ୍ଚଳରୁ ୧ ଜଣ, ବୈଶିଙ୍ଗା ଅଞ୍ଚଳରୁ ୨ଜଣ , ଦିଲ୍ଲୀର ୨ଜଣ ଡ୍ରାଇଭର ଏବଂ ହେଲପରଙ୍କ ସମେତ ମୋଟ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି।
Ad2
Leave A Reply