ବେତନଟୀ/ବୈଶିଙ୍ଗା : –ବୈଶିଙ୍ଗା ବନପାଳ ଅଞ୍ଚଳରେ ଦିନକୁ ଦିନ ଦନ୍ତା ହାତୀଟିର ଉପଦ୍ରବ ବଢି ବଢି ଚାଲିଥିବା ବେଳେ ବନବିଭାଗର କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି। ଗତ ଏକ ସପ୍ତାହ ପୂର୍ବରୁ ଆମ୍ବଗଡ଼ିଆ ହାଟରେ ଆସି ପରିବାପତ୍ର ଖାଇଦେବା ଯୋଗୁଁ ଘଉଡାଇବା ସମୟରେ ଜଣେ ବାଇକ ଆରୋହୀ କୁ କଚାଡି ମାରି ଦେଇଥିଲା। ଆଜି ଏହି ହାତୀଟି ବୈଶିଙ୍ଗା -ରୁପସା ରାଜ୍ୟ ରାଜପଥର ବାଛୁରିପଡ଼ା ନିକଟରେ ଦିନ ଦ୍ୱିପ୍ରହର ସମୟରେ ରାସ୍ତା ଉପରେ ବହୁ ସମୟ ଧରି ଛିଡ଼ା ହୋଇ ରହିବା ଯୋଗୁଁ କିଛି ସମୟ ପାଇଁ ଗାଡ଼ି ଚଳା ଚଳ ବନ୍ଦ ହୋଇ ଯାଇଥିଲା। ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗର ପହଞ୍ଚି ହାତୀକୁ ଘଉଡାଇବା ପରେ ଯାନବାହନ ଚଳାଚଳ ସ୍ୱାଦ୍ଭାବିକ ହୋଇଥିଲା। ସନ୍ଧ୍ୟାପରେ ହାତୀଟି ବାଛୁରିପଡ଼ା-ପୁରୁଣିଆ ଜଙ୍ଗଲରେ ରହିଥିବାର ଜଣାଯାଇଛି। ବୈଶିଙ୍ଗା ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ହାତୀଟି କ୍ଷୟ କ୍ଷତି ଘଟାଇ ଚାଲିଥିବାରୁ ତାକୁ ତୁରନ୍ତ ଅନ୍ୟତ୍ର ଘଉଡାଇ ଦେବାକୁ ସାଧାରଣରେ ଦାବୀ ହେଉଛି।
