ବେତନଟୀ/ ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁଆ ପଞ୍ଚାୟତର ପଦ୍ମପୁର ଠାରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଟଙ୍କା ନେବା ସହିତ ମୂର୍ତ୍ତୀ, ଅଳଙ୍କାର ଆଦି ଚୋରୀ କରିନେଇ ଯାଇଥିବାର ଖବର ମିଳିଛ । ଖବର ରୁ ପ୍ରକାଶ ସବୁଦିନ ଭଳି ଶୁକ୍ରବାର ରାତିରେ ଠାକୁରଙ୍କ ପୂଜା ଆରତୀ ସାରି ୯ଘ.ସମୟରେ ପୂଜକ ସଞ୍ଜିବ୍ କୁମାର ମିଶ୍ର ଘରକୁ ଯାଇଥିଲେ। ସକାଳେ ଲକ୍ଷ୍ମୀ ମାଆଙ୍କ ମନ୍ଦିର, ଶିବ ମନ୍ଦିର ଓ ପାର୍ଶ୍ଵ ମନ୍ଦିରରେ ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା, ଏକ ଲକ୍ଷ୍ମୀନାରାୟଣ ମୂର୍ତ୍ତୀ, ଶିବଙ୍କର ବଡ ନାଗ, ତମ୍ବା ପାତ୍ର, ଘଣ୍ଟା ଘଣ୍ଟି ଆଦି ଚୋରୀ ହୋଇଯାଇଥକାର ଦେଖ୍ରବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦିଆଯିବା ସହିତ ଆନୁମାନିକ ୫୦ ହଜାର ଟଙ୍କା ମୂଲ୍ୟର ଚୋର ହୋଇ ଥିବାର ଅଭିଯୋଗରେ ଦର୍ଶାଯାଇଛି। ଥାନାଧୂକାରୀ ପ୍ରଭାଂଶୁ ଶେଖର ମିଶ୍ର ଏନେଇ ଏକ ମାମଲା ରୁଜୁ କରିବା ସହିତ ଚୋରୀ ର ଅନୁସନ୍ଧାନ ଜାରି ରଖିଛନ୍ତି।
