ବେତନଟୀ/ବୈଶିଙ୍ଗା :–ଗତ ଦୁଇ ସପ୍ତାହ ପୂର୍ବରୁ ବୈଶିଙ୍ଗା ଥାନା ଅନ୍ତର୍ଗତ ଗୋବିନ୍ଦରାୟପୁର ଗ୍ରାମର ତିନି ଜଣ ଦୁବୃର୍ତ୍ତ ବାହିପଦା ସଦର ଥାନା ଅଞ୍ଚଳରୁ ଏକ ପିକ୍ ଅପ୍ ଭ୍ୟାନ ଚୋରୀ କରି ସେଥିରେ ଛଅ ଗୋଟି ବୁଲା ଷଣ୍ଢ ଲଦି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ବେଳେ ବେଙ୍ଗଲ ପୋଲିସ ହାତରେ ଧରା ପଡ଼ିଥିଲେ। ମାତ୍ର ଆସାମୀ ତିନିଜଣ କୌଶଳ କ୍ରମେ ଖସି ପଳାଇବାକୁ ସମର୍ଥ ହୋଇଥିଲେ।ଏହି ମାମଲାର ଆସାମୀ ମାନଙ୍କୁ ଧରିବା ପାଇଁ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କୁ ଦାୟିତ୍ୱ ଦିଆ ଯାଇଥିଲା। ଆଜି ବୁଧବାର ସକାଳେ ବୈଶିଙ୍ଗା ପୋଲିସ ଗୋବିନ୍ଦରାୟପୁର ଗ୍ରାମରେ ଚଢ଼ାଉ କରି ତିନି ଆସାମୀଙ୍କ ମଧ୍ୟରୁ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ।ସେ ଜଣକ ଅବଦୁଲ କୁଦୁସ୍ ର ପୁତ୍ର ଶେଖ ରାହୁଲ (୨୭ )ବୋଲି ଜଣାଯାଇଛି। ଏହି ଖବର ବାରିପଦା ସଦର ଥାନା କୁ ଜଣାଇବା ପରେ ଏ.ଏସ.ଆଇ. ଉମେଶ ନାଏକ ଙ୍କ ସହିତ ଏକ ଟିମ୍ ବୈଶିଙ୍ଗା ଥାନା ପହଞ୍ଚି ଆସାମୀ ଶେଖ୍ ରାହୁଲ କୁ ନେଇ ଯାଇଥିଲେ।ଅନ୍ୟ ଦୁଇ ଆସାମୀ କୁ ପୋଲିସ ଖୋଜୁଛି।
