ବେତନଟୀ/ବୈଶିଙ୍ଗା : ଆଜି ଦେବତା ମାନଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜୋତ୍ସବ ବୈଶିଙ୍ଗା ର ସମସ୍ତ ଶିକ୍ଷାନୁଷ୍ଠାନ, କ୍ଳବ୍ ଓ ଘରୋଇ ଭାବେ ମଧ୍ୟ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଏହା ବ୍ୟତୀତ ଆଖପାଖରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣପତିଙ୍କ ପୂଜା ଯଥାରୀତି ପାଳିତ ହୋଇଥିବାର ଖବର ହସ୍ତଗତ ହୋଇଛି। ତୋଟାପଡା ଆଶ୍ରମ ବିଦ୍ୟାଳୟରେ ଖୁବ୍ ଜାକଜମକରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇ ଥିବାର ଦେଖାଯାଇଥିଲା। ମୂଖ୍ୟ ଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା ଯୋଗ ଦେଇଥିବା ବେଳେ ତାଙ୍କ ସହିତ ବୈଶିଙ୍ଗା ମିଡିଆ ସେଣ୍ଟରର ସୀତାନାଥ ବେହେରା, ସଞ୍ଜୟ କୁମାର ମିଶ୍ର, ସତ୍ୟପ୍ରକାଶ ପ୍ରଧାନ, ବିମଳେନ୍ଦୁ ମହାପାତ୍ର, ଓ ସମାଜସେବୀ ପ୍ରକାଶ ବେହେରା ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ପଣ୍ଡା ଓ ଅନ୍ୟ ଶିକ୍ଷକ ମାନେ ଆପ୍ୟାୟିତ କରିଥିଲେ। ଏହା ପରେ ସମସ୍ତେ ରାଇକମା ଆଶ୍ରମ ବିଦ୍ୟାଳୟ, ରଘୁନାଥ ଉଚ୍ଚ ବିଦ୍ୟାଳୟ, ହେମପୁର ଉଚ୍ଚ ବିଦ୍ୟାଳୟ,ଖୁଣ୍ଟାପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଆଦି ଶିକ୍ଷାନୁଷ୍ଠାନ ମାନଙ୍କରେ ପହଞ୍ଚି ଗଜାନନଙ୍କ ପୂଜା ଦର୍ଶନ କରିଥିଲେ।
