Odisha news

ସରସ୍ଵତୀ ଶିଶୁ ମନ୍ଦିରରେ ଶଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

0
ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ବରଦା ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଗୁରୁବାର ୭ ଗୋଟି ଶିଶୁ ମନ୍ଦିରକୁ ନେଇ ବେତନଟୀ ଶଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ୭ ଗୋଟି ଶିଶୁ ମନ୍ଦିର ମଧ୍ୟରୁ ବେଲପାଳ, ବେତନଟୀ, ବଡସାହି, ବୈଶିଙ୍ଗା , ନଡପୁର, ମାଣିଦା ଏବଂ ଡମ୍ବୁରୁଡହର ଆଦି ଶିଶୁ ମନ୍ଦିରର ୨୭୫ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ସମ୍ବନ୍ଧିତ କୁଇଜ ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀ ଭାଗ ନେଇଥିଲେ। ମୂଖ୍ୟ ଅତିଥି ଭାବେ ରସାୟନିକ ବିଭାଗର ଅବସର ପ୍ରାପ୍ତ ଅଧ୍ୟାପକ ବିଷ୍ଣୁ ଚରଣ ଦେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ବିଜ୍ଞାନ ପ୍ରଦର୍ଶନୀକୁ ଶୁଭ ଉଦଘାଟନ କରିଥିଲେ।ତାଙ୍କ ସହିତ ପୁରୁଷୋତ୍ତମ ପଣ୍ଡା, ଶଶଧର ପଣ୍ଡା, ସରୋଜ ପତି, ପ୍ରକାଶ ବେହେରା, ନିଳାଦ୍ରୀବିହାରୀ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। ଦ୍ୱିତୀୟ ଭାଗରେ ମୂଖ୍ୟ ଅତିଥି ଭାବେ ବଡସାହି ବିଧାୟକ ସନାତନ ବିଜୁଳି ଯୋଗ ଦେଇ ବାଲ, କିଶୋର ଓ ଶିଶୁ ଏହି ତିନି ବିଭାଗର ୧୫୦ ଜଣ କୃତୀ ପ୍ରତିଯୋଗୀ ଏବଂ ମନୋନୀତ ବିଜ୍ଞାନ ପ୍ରକଳ୍ପଧାରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟାମ ସମେତ ସମସ୍ତ ଗୁରୁଜୀ ଗୁରୁମା ପ୍ରଦର୍ଶିତ ପ୍ରକଳ୍ପ ପରିଚାଳନାରେ ସହଯୋଗ କରିଥିଲେ।
Ad2
Leave A Reply