Odisha news

ସାପ କାମୁଡାରେ ଯୁବକ ଗୁରୁତର

0

ବେତନଟୀ/ବୈଶିଙ୍ଗା : –ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତର ଖଇରିବଣି ଗ୍ରାମ ର ଜନୈକ ଯୁବକ ସାପ କାମୁଡାରେ ଗୁରୁତର ହୋଇ ବାଲେଶ୍ଵର ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ  ଖଇରିବଣି ଗ୍ରାମର ମୁରଲିଧର ସିଂଙ୍କ ପୁଅ ଚେମା ସିଂ(୩୦) ବିଲକୁ ମାଛ ଧରିବା ପାଇଁ ଆଜି ସନ୍ଧ୍ୟା ସମୟରେ ଯାଇଥିଲା। ଖଇଁଚ୍ଚାରେ ହାତ ପୁରାଇ ମାଛ କାଢୁଥିବା ସମୟରେ ଏକ ବିଷଧର ସାପ  ଡାହାଣ ହାତର ଅନାମିକା ଆଙ୍ଗୁଳିକୁ କାମୁଡି ଦେଇଥିଲା। ଏହା ଜାଣିବାପରେ ମଧ୍ୟ ସାହାସିକତାର ସହିତ ସାପଟିକୁ କାବୁ କରି ଧରି ନେଇଥିଲା। ପଛେ ପଛେ ତାର ଆସୁଥିବା ଭାଇ ଏହା ଜାଣି ଉଭୟେ ସାପଟିକୁ ଧରି ଘରକୁ ନେଇ ଆସି ଏକ କଳସରେ ଜୀବିତ ଅବସ୍ଥାରେ ରଖିଦେଇଥିଲେ । ପରେ ପରେ ପରିବାର ଲୋକ ଏକ ଅଟୋ ଯୋଗେ  ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ଉପସ୍ଥିତ ଡାକ୍ତର ଅମିତ କୁମାର ନାୟକ ଚେମାର ପ୍ରାଥମିକ ଚିକିତ୍ସା କରିଥିଲେ ଏବଂ ପରେ ଅବସ୍ଥା ଗୁରୁତର ହେବା ଦେଖି ବାଲେଶ୍ଵର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି।

Nalco
Leave A Reply