ବେତନଟୀ/ବୈଶିଙ୍ଗା :– ବୁଧବାର ସନ୍ଧ୍ୟାରେ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ଗାୟତ୍ରୀ ଛକ ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଯାଇ ଓଲଟି ପଡିବା ଯୋଗୁଁ କାର ଭିତରେ ଥିବା ଚାରିଜଣ ଆହତ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାଇ ଆଜି ସନ୍ଧ୍ୟା ୭ ଘ.ସମୟରେ ଚାରି ଜଣ ଯାତ୍ରୀ ବସିଥିବା ଏକ କାର ବାରିପଦାରୁ ବାଲେଶ୍ଵର ଅଭିମୁଖେ ଆସୁଥିବା ବେଳେ ଜାତୀୟ ରାଜପଥର ଅଜାଡିହ ମୌଜା ଗାୟତ୍ରୀ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ କୁ ଓଲଟି ପଡିଥିଲା। ଚାରିଜଣ ଆହତଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା କୁ ସ୍ଥାନୀୟ ଲୋକ ଙ୍କ ସହାୟତାରେ ଅଣା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣ ଙ୍କୁ ବାଲେଶ୍ଵର ସ୍ଥାନାନ୍ତରୀତ କରିଥିବା ଜଣାଯାଇଛି। ଆହତମାନେ ହେଲେ, ବାଲେଶ୍ଵର ଜିଲ୍ଲା ଅଧୀନ ଲଙ୍ଗଳେଶ୍ବରର ବିଶ୍ଵକେତନ ବାଗ (୨୪),ସତ୍ୟବ୍ରତ ପଣ୍ଡା (୨୭), ସିଙ୍ଗଲା ର ରାକେଶ କୁମାର ମାଇତି (୨୮), ବୈଶିଙ୍ଗା ଥାନା ଅଧୀନ ଗଡଦେଉଳିଆ ଗ୍ରାମର କୁନା ସିଂ(୩୨) । ଖବର ପାଇ ବୈଶିଙ୍ଗା ଥାନାର ଏସଆଇ ସୁମନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ଥାନାକୁ ନେଇ ଆସିଥିବାର ଜଣାଯାଇଛି। ଏହି ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।
