Odisha news

ସୋଲାର ପାଣି ଟାଙ୍କିରେ ବିଷ ପଡିବା ଘଟଣା : ଆଜି ନୂଆ ପାଣି ଟାଙ୍କି ଲାଗିଲା

0
ବେତନଟୀ/ବୈଶିଙ୍ଗା :  ବୈଶିଙ୍ଗା ଥାନା ଅଧୀନ ପଣସିଆ ସ୍ଥିତ ସୋଲାର ପାଣି ଟାଙ୍କିରେ ବିଷ ପଡିବା ଘଟଣା ଜୁଲାଇ ୫ ତାରିଖରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ଦୁର୍ବୁତ୍ତ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲା । ୧୫ଦିନ ପରେ ଆଜି ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ଆଜି ନୂଆ ପାଣି ଟାଙ୍କି ଲାଗି ଜଳ ଯୋଗାଣ ହୋଇଥିଲା।  ସୂଚନାଯୋଗ୍ୟ ବୈଶିଙ୍ଗା ଥାନା ରଘୁପୁର ପଞ୍ଚାୟତ ଅଧୀନ ପଣସିଆ ଗ୍ରାମରେ ଟାଟା କମ୍ପାନୀ ଦ୍ୱାରା ପ୍ରଦତ୍ତ ସୋଲାର ପାଣି ଟାଙ୍କି ଦ୍ୱାରା ଆଦିବାସୀ ଗ୍ରାମ ସମେତ ଶିବ ମନ୍ଦିର ଓ ପ୍ରାଥମିକ ବିଦ୍ୟାଳୟକୁ ଜଳ ଯୋଗାଣ ହୋଇଥାଏ।
ଜୁଲାଇ ୫ ତାରିଖ ପୂର୍ବାହ୍ନରେ ସେହି ଜଳର ରଙ୍ଗ ଧଳା ହେବା ସହିତ ଉତ୍କଟ ଗନ୍ଧ ବାହାରିବାର ଗ୍ରାମବାସୀ ପ୍ରକାଶ କରିଥିଲେ। ଏଥି ସହିତ ଗ୍ରାମର କିଛି ପିଲା ଏହି ପାଣିକୁ ପିଇ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ସଞ୍ଜୟ ସିଂ, ଅନିତା ସିଂ, ଆମ୍ବୁଲାନ୍ସ ସିଂ, କବିତା ସିଂ, ଆକାଶ ସିଂ ଏହି ପାଞ୍ଚଜଣଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏହି  ଖବର ପାଇ ଉତ୍ୟେକ୍ତ ଗ୍ରାମବାସୀ ଏକଜୁଟ ହୋଇ ହୋହାଲ୍ଲା କରିଥିଲେ। ଉତ୍ତେଜିତ ଗ୍ରାମବାସୀଙ୍କୁ ଶାନ୍ତ କରିବା ନିମନ୍ତେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ମଧ୍ୟ ପହଞ୍ଚିଥିଲା। ଖବର ନେବା ପରେ ଜଣାଗଲା ଯେ ସେହି ଗ୍ରାମର ସୁନ୍ଦର ସିଂର ପୁଅ ନାଗେଶ୍ଵର ସିଂ(୨୪) ଟାଙ୍କି ଉପରକୁ ଉଠି କୀଟନାଶକ ବିଷ ଢାଳିଦେଇଥିଲା।ଏହି  ଅଭିଯୋଗ ପାଇବା ପରେ ଅଭିଯୁକ୍ତ ନାଗେଶ୍ୱରକ୍ତ ଥାନାକୁ ନେଇ ଆସିଥିଲେ। ସେ ପଟେ ଜଳ ଯୋଗାଣ ବିଭାଗ ତରଫରୁ ପାଣି ଟାଙ୍କିକୁ ସମୂର୍ଣ୍ଣ ସଫା କରାଯାଇଥିଲା ଏବଂ ନିକଟସ୍ଥ ବିଦ୍ୟାଳୟକୁ ତିନିଦିନ ପାଇଁ ଛୁଟି ଘୋଷଣା କରାଯାଇଥିଲା। ଅସୁସ୍ଥ ପିଲାମାନଙ୍କୁ ବେତନଟୀ ପରେ ବାରିପଦା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେବା ପରେ ସୁସ୍ଥ ପରେ ଘରକୁ ଫେରିଗଲେ। ଏପଟେ ଉକ୍ତ ବିଷାକ୍ତ ପାଣିକୁ ପରୀକ୍ଷା କରିବା ପାଇଁ ନମୁନା ସଂଗ୍ରହ କରାଯିବା ସହିତ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।
ଆଜି ପାଣି ଟାଙ୍କି ଲଗାଯାଉଥିବା ସମୟରେ କନିଷ୍ଠ ଯନ୍ତ୍ରୀ ବି.ବି. ସାମଲ,ୱାର୍ଡ ମେମ୍ବର ସରସ୍ଵତୀ ସିଂ, ଅଙ୍ଗନବାଡି କର୍ମୀ ରମ୍ଭାମଣୀ ବେହେରା, ସମିତି ସଭ୍ୟ ଶଶିକାନ୍ତ ଦାସ,  ବିଜେଡିର ରାଜ୍ୟ ଉପସଭାପତି ଲଲାଟେନ୍ଦୁ ବେହେରା, ସନ୍ତୋଷ ପଣ୍ଡିତ, ଶ୍ରୀପତୀ ସିଂ, ସୁନ୍ଦର ସିଂ, ସୁଦାମ ସେଠୀ, ଚନ୍ଦ୍ରୁ ହେମ୍ବ୍ରମ, ଅଜିତ ପାତ୍ର , ଜୟନ୍ତ ଦାସ ସହିତ ଅନ୍ୟ ଗ୍ରାମବାସୀ ଓ ପିଲାମାନେ ଉପସ୍ଥିତ ଥିଲେ।
IEC 2 years
Leave A Reply