Odisha news

ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର

0

ବେତନଟୀ/ବୈଶିଙ୍ଗା : — ଆଜି ସନ୍ଧ୍ୟା ସମୟରେ ରୁପସା ଆରଡି ରୋଡରୁ ଅଁଳା ଅଭିମୂଖେ ଯିବା ବାଟରେ ଖୁଣ୍ଟାପୁରଠାରେ ଦୁଇ ବାଇକ ମଧ୍ୟରେ ହୋଇଥିବା ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ବଡସାହି ଥାନା ଅଧୀନ ଗୁହାଳଡିହି ଗ୍ରାମ ର ମହେନ୍ଦ୍ର ବେହେରାଙ୍କ ପୁତ୍ର ଲମ୍ବୋଧର ବେହେରା(୪୦) ଏକ ସ୍କୁଟି ଯୋଗେ ନିଜ ଭିଣୋଇ ଖୁଣ୍ଟାପୁର ସ୍ଥିତ ଜୟଦେବ ପ୍ରମାଣିକ ଘରକୁ ଆସୁଥିଲେ।ଆସୁଥିବା ବେଳେ ଅପରପକ୍ଷରୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଲମ୍ୱୋଧର ଗୁରୁତର ଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଏକ ଅଟୋ ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ।ତାଙ୍କର ଡାହାଣ ପାଦ ଭାଙ୍ଗିଯିବା ସହ ଛାତି ମାଡ ଖାଇଥିବା ଯୋଗୁଁ  ଡାକ୍ତର ଅମିତ କୁମାର ନାୟକ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ଵର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଖବର ପାଇ ପରିବାର ଲୋକେ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚିଥିଲେ।ଧକ୍କା ଦେଇଥିବା ବାଇକ ଆରୋହୀ ଦୁର୍ଘଟଣା ପରେ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି।

IEC 2 years
Leave A Reply