ବେତନଟୀ, ୨୧/୬ : ଆଜି ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ନିଦେ୍ର୍ଦଶ କ୍ରମେ ବେତନଟୀ ଡେପୁଟୀ ରେଞ୍ଜର ରାଜେଶ ମହାକୁଡ, ବେତନଟୀ ବନପାଳ ସୁଶାନ୍ତ କୁମାର ବାଗ, ବଡାମପୁର ବନପାଳ ଶିରୀଶ ଦଳେଇ, ବୈଶିଙ୍ଗା ବନପାଳ ହିମାଂଶୁ ମହାନ୍ତ, ବନରକ୍ଷୀ ମାଧବ ସିଂ, ବନରକ୍ଷୀ ଲମ୍ବୋଦର ମହାନ୍ତ, ବନରକ୍ଷୀ ରାଇଧନ ସିଂ, ପାରା ବନ କର୍ମଚାରୀ ପ୍ରଦୀପ୍ତଭାନୁ ମହାନ୍ତ ପ୍ରମୁଖ ଚଢ଼ାଉ କରି ବୈଶିଙ୍ଗା ଥାନା ଅଧୀନ ଦାରିହା ନିକଟରୁ ଏକ ନମ୍ବର ବିହୀନ ପିକଅପକୁ କାଠ ସହିତ ଜବତ କରି ଥିବାର ଜଣା ପଡିଛି ।
ଏଥିରେ ଶିରିଶା କାଠ ବୋଝେଇ ହୋଇ ଚାଲାଣ ହେଉ ଥିଲା । ଏହି କାଠ ବୋଝେଇ ପିକଅପଟିକୁ ବେତନଟୀ ରେଞ୍ଜ କାର୍ଯ୍ୟାଳୟକୁ ଅଣା ଯାଇଛି । କାଠର ପରିମାଣ ୨୨.୦୮ ସିଏଫଟି ଓ ଏହାର ବଜାର ଦର ୨୫ ହଜାର ଟଙ୍କା ହେବ ବୋଲି ଜଣା ପଡିଛି । ଏହାକୁ ନେଇ ବେତନଟୀ ରେଞ୍ଜରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।