Odisha news

ବାଇକ -ପିକ଼ ଅପ୍ ଧକ୍କାରେ ବାଇକ ଆରୋହୀ ଯୁବକ ମୃତ

0
ବେତନଟୀ/ବୈଶିଙ୍ଗା : — ବୈଶିଙ୍ଗା ଥାନା ଅନ୍ତର୍ଗତ ପୁରୁଣିଆ ଠାରେ ଗତ କାଲି ୨୫ ତାରିଖ ଏକ ବାଇକ୍ ଓ ପିକ ଅପ୍ ମଧ୍ୟରେ ଧକ୍କା ହେବା ଫଳରେ ଆହତ କୁ କଟକ ନେବା ବାଟରେ ମୃତ୍ୟୁ ହୋଇଥିବା ଜଣା ଯାଇଛି । ଘଟଣାରୁ ପ୍ରକାଶ ପୁରୁଣିଆ ପଞ୍ଚାୟତ କରକଚିଆ ଗ୍ରାମର ଦାନ୍ଦୁ ହାଁସଦା ଙ୍କ ପୁଅ ବୁକାଇ ହାଁସଦା (୨୩) ଏକ ମୋଟର ସାଇକେଲ ନଂ ଓଡିି ଠ୧ କେ-୬୯୦୮ ବାଜାଜ ପ୍ଳାଟିନା ରେ ଟିକାୟତପୁର ଯାଉ ଥିବା ସମୟରେ ତାଳ ସାହି ଛକ ନିକଟରେ ଆଗ ପଟୁ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ୍ ସହିତ ଧକ୍କା ହୋଇଥିଲା।ଏଥିରେ ଆହତ ବୁକାଇ କୁ ଗ୍ରାମବାସୀ ଙ୍କ ସହାୟତାରେ ବାଲେଶ୍ଵର ନିଆଯାଇଥିଲା। ସେଠାରେ ଗୁରୁତର ଆହତକୁ କଟକ ନେବାପାଇଁ ପରାମର୍ଶ ଦିଆ ଯାଇଥିଲା। ବୁକାଇ କୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଏବାବଦରେ ବୈଶିଙ୍ଗା ପୁଲିସ ଅଭିଯୋଗ ପାଇ ଏକ ମାମଲା ରୁଜୁ କରିବା ସହିତ ଅଧିକ ଅନୁସନ୍ଧାନ ଜାରି ରଖିଛି।
Leave A Reply