Odisha news

ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

0

ବେତନଟୀ/ବୈଶିଙ୍ଗା  : — ଆଜି ସନ୍ଧ୍ୟା ସମୟରେ ବୈଶିଙ୍ଗା ସ୍ଥିତ ସତ୍ୟସାଇ ମନ୍ଦିର ସାମ୍ନାରେ ଏକ ମର୍ମନ୍ତୁତ ଦୁର୍ଘଟଣାରେ ଦୁଇ ଗୁରୁତର ଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ୧୮ ନଂ ଜାତୀୟ ରାଜପଥ ଉପରେ ଥିବା ସତ୍ୟ ସାଇ ମନ୍ଦିର ନିକଟରେ ବୈଶିଙ୍ଗା ଥାନା ଅଧୀନ କଳମାର ଗଙ୍ଗପୁରା ଗ୍ରାମ୍ୟ ଅଧୀନ ବାଞ୍ଝାନିଧି ବେହେରାଙ୍କ ପୁଅ ଜଗବନ୍ଧୁ ବେହେରା(୪୦) ଏକ ସିଡି ଡିଲକ୍ସ ଗାଡି ଯୋଗେ ଛୁରୁଣୀ ସ୍ଥିତ ତାଙ୍କ ବନ୍ଧୁ ଘରୁ ନିଜ ଗ୍ରାମକୁ ଯାଉଥିବା ବେଳେ ସାମ୍ନା ପଟୁ ଯୁଗୁପୁରାର ମଦାସାହି ଗ୍ରାମ ନିବାସୀ ସେକ ମୁସ୍ତାକର ପୁଅ ସେକ ଇଜାକ (୨୦)  ଏକ ବାଇକ ଯୋଗେ ଧକ୍କା ଦେଇଥିଲା। ଧକ୍କା ହେବା ଫଳରେ ଉଭୟ ଚାଳକ ଗୁରୁତର ଭାବେ ରାସ୍ତାରେ ପଡିରହିଥିଲେ। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କର ହାତ ଭାଙ୍ଗିଯାଇଥିବା ଯୋଗୁଁ ସେମାନଙ୍କୁ ବାଲେଶ୍ଵର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣା ଯାଇଛି।

IEC 2 years
Leave A Reply