Odisha news

ଚତୁର୍ଥ ଥର ପାଇଁ କାୟାକଳ୍ପ ପୁରସ୍କାର ପ୍ରାପ୍ତ କଲା ବୈଶିଙ୍ଗା ଡାକ୍ତରଖାନା

0

ବେତନଟୀ/ବୈଶିଙ୍ଗା : –ବୈଶିଙ୍ଗା ଡାକ୍ତରଖାନାର କର୍ମଚାରୀଙ୍କ ପାରଙ୍ଗମତା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବଚ୍ଛା ବଚ୍ଛା ଡାକ୍ତରଖାନାକୁ କାୟାକଳ୍ପ ପୁରସ୍କାର ଦିଆଯାଉଥିବା ପରିପ୍ରେକ୍ଷୀରେ ୨୦୨୧ ମସିହା ପାଇଁ ବୈଶିଙ୍ଗା ଡାକ୍ତରଖାନାକୁ ଏହି  ପୁରସ୍କାର ମିଳିଥିବା ଜଣାଯାଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ , ସ୍ଵିପର ପର୍ଯ୍ୟନ୍ତ ସମସ୍ତଙ୍କର କାର୍ଯ୍ୟଶୈଳୀ ,ଉଚିତ ଢଙ୍ଗରେ ରୋଗୀ ସେବା, ଡାକ୍ତରଖାନାକୁ ପରିସ୍କାର ପରିଚ୍ଛନ୍ନ ରଖିବା, ବର୍ଜ୍ୟ ବସ୍ତୁ ସୁପରିଚାଳନା କରିବା , ଫୁଲବଗିଚା ଓ ଡାକ୍ତରଖାନା କୁ ସୌନ୍ଦର୍ଯ୍ୟ କରଣ କରିବା କାରଣରୁ ଏହି ପୁରସ୍କାର ଦିଆ ଯାଇଥାଏ।ଗତ ତିନି ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ଡାକ୍ତରଖାନା ପରିଦର୍ଶନ କରିବା ସମୟରେ ବୈଶିଙ୍ଗା ଡାକ୍ତରଖାନାର ଡାକ୍ତର ଅମିତ ନାୟକ, ଡାକ୍ତର ସତ୍ୟପ୍ରକାଶ ଦାସ, ଆୟୂଷ ଡାକ୍ତର ପ୍ରଶନ୍ନ କୁମାର ପାତ୍ର, ଫାର୍ମାସିଷ୍ଟ ମନୋରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରୀ ଙ୍କ କାର୍ଯ୍ୟକଳାପ କୁ ପ୍ରଶଂସା କରିବା ସହିତ ପରିବେଶ ପରିଚ୍ଛନ୍ନ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କାୟା କଳ୍ପ ପାଇଁ ସୁପାରିଶ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ସମସ୍ତ ବିଷୟ ବିଚାରକୁ ନେଇ ବୈଶିଙ୍ଗା ଡାକ୍ତରଖାନାକୁ ଏହି ପୁରସ୍କାର ଦିଆଯିବାର ସିଦ୍ଧାନ୍ତ ନିଆଯାଇଥିଲା। ଗତ କାଲି ଏହି  ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିପାଇଁ ଡାକ୍ତରଖାନାର ମୁଖ୍ୟ ଡାକ୍ତରଙ୍କ ସମେତ ସମସ୍ତେ ଖୁସି ପ୍ରକଟ କରିଥିବାର ଜଣାଯାଇଛି। ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ପ୍ରଶଂସା କରିଛନ୍ତି।

Nalco
Leave A Reply