Odisha news

ଯୋଗଚାର୍ଯ୍ୟ ସୁବାସ ମୁନିଙ୍କ ୮୬ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ବେତନଟୀ, ୯/୭ : ଓଡିଶା ପ୍ରାନ୍ତ ମୁନିସମାଜର ଭୂତପୂର୍ବ ଅଧ୍ୟକ୍ଷ ତଥା ଜ୍ଞାନଦୀପ ପତ୍ରିକାର ସଂସ୍ଥାପକ ଦିବଂଗତ ମୁନିଶିରୋମଣି ଯୋଗାଚାର୍ଯ୍ୟ ସୁବାସ ମୁନିଙ୍କ ୮୬ତମ ଜନ୍ମ ଜୟନ୍ତୀ କୋଭିଡ-୧୯ ନିୟମାନୁଯାୟୀ ପାଳନ କରା ଯାଇଛି । ଯୋଗୀ ସୁବାସ ମୁନି ସ୍ମୃତି କମିଟି ଦ୍ୱାରା ଏହି କାର୍ଯ୍ୟକ୍ରମକୁ ନିରାଡମ୍ବର ଭାବେ ପଣ୍ଡୁଗଡିଆ ଶିବମୁନି ଯୋଗାଶ୍ରମରେ ପାଳନ କରା ଯାଇଛି । ପ୍ରାରମ୍ଭରେ ସ୍ମୃତି କମିଟିର ଅଧ୍ୟକ୍ଷା ମୁନିମତୀ ତୂଳାମଣି ଭୂୟାଁ ସତ୍ୟ ପତାକା ଉତ୍ତୋଳନ କରି ଥିଲେ । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ମୁନିସମାଜ ସମ୍ପାଦକ ଯୋଗୀ ଅଜିତ ମୁନି ଯୋଗ ଦେଇ ଥିଲେ । ମୁଖ୍ୟବକ୍ତା ଭାବେ ଯୋଗୀ ପରମାନନ୍ଦ ମୁନି, ସମ୍ମାନୀତ ଅତିଥି ଭାବେ ପ୍ରାନ୍ତ କାର୍ଯ୍ୟକାରୀଣୀ ସଦସ୍ୟ ଯୋଗୀ ହରେକୃଷ୍ଣ ମୁନି, ଯୋଗୀ ସୃଷ୍ଟିଧର ମୁନି ଯୋଗ ଦେଇ ଥିଲେ । ଦିବଂଗତ ସୁବାସ ମୁନିଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥିବୃନ୍ଦ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରି ଥିଲେ । ଅତିଥି ମାନେ ସୁବାସଙ୍କ ସ୍ମୃତିଚାରଣ କରି ଥିଲେ ।

ସ୍ମୃତି କମିଟୀର ଉପସଭାପତି ଯୋଗୀ ଭାଗବତ ମୁନି ସ୍ୱାଗତଃ ଭାଷଣ ପ୍ରଦାନ କରି ଥିଲେ । ଯୋଗୀ ନରୋତ୍ତମ ମୁନି ମଞ୍ଚ ପରିଚାଳନା କରି ଥିଲେ । ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନିସମାଜର ଅଧ୍ୟକ୍ଷ ପଣ୍ଡିତ ନିରଞ୍ଜନ ମୁନିଙ୍କ ବାର୍ତ୍ତାକୁ ପଢ଼ି ଶୁଣା ଯାଇ ଥିଲା । ସହସମ୍ପାଦକ ଯୋଗୀ ମହିମ ମୁନି ସ୍ୱାଗତଃ ସଙ୍ଗୀତ ଗାନ କରି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାସମୁନିଙ୍କ ଜ୍ୟେଷ୍ଠ ପୁତ୍ରବଧୂ ଗୀତାଞ୍ଜଳୀ ଭୂୟାଁ, ପର୍ଶୁରାମ ମୁନି, ରସାନନ୍ଦ ମୁନି ଓ ଯୋଗୀ ସତୀଶ ମୁନି ପ୍ରମୁଖ ସୁବାସ ମୁନିଙ୍କ ଜୀବନୀ ବର୍ଣ୍ଣନା କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ଯୋଗୀ ନିଳାମ୍ବର ମୁନି ଭଜନ ପରିବେଷଣ କରି ଥିଲେ । ସ୍ମୃତି କମିଟିର ସମ୍ପାଦକ ସଞ୍ଜୟ ମୁନି ଧନ୍ୟବାଦ ଅର୍ପଣ କରି ଥିଲେ । କମିଟିର ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ମୁନି ରତିକାନ୍ତ, ଯୋଗୀ ପରେଶ ମୁନି, ମୁନିମତୀ ଜୟଶ୍ରୀ ବିଶ୍ୱାଳ, ନୀହାରିକା, ସନ୍ଦୀପ କୁମାର, ସୁମିତ କୁମାର, ଶତରୂପା, କୁମାର ସମ୍ଭବ ପ୍ରମୁଖ ଯୋଗ ଦେଇ ଥିଲେ ।

Comments are closed.