Odisha news

ପ୍ରଣବ ପ୍ରକାଶ ଦାସଙ୍କ ବେତନଟୀରେ କର୍ମୀ ସମୀକ୍ଷା : ତୃଣମୂଳ ସ୍ତରରେ ଦୁସ୍ଥ ଲୋକମାନଙ୍କ ପାଖକୁ ପହଞ୍ଚି ଥିବା କର୍ମୀ ମାନଙ୍କୁ ପ୍ରଶଂସା

ବେତନଟୀ  : ଆଜି ବିଜେଡି ଦଳର ମୟୂରଭଞ୍ଜ ପ୍ରଭାରୀ ତଥା ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବେତନଟୀ ଜାତୀୟ ରାଜପଥ ବିଶ୍ରାମ ଗୃହ ସମ୍ମୁଖରେ ବଡସାହି ବିଧାନସଭା କ୍ଷେତ୍ରର ବେତନଟୀ ଓ ବଡସାହି ବ୍ଲକର କର୍ମୀ ମାନଙ୍କ ୟାସ ସହାୟତା କାର୍ଯ୍ୟର ସମୀକ୍ଷା କରି ଥିଲେ । ତାଙ୍କ ସହିତ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଓଡିଶା ମୋ ପରିବାର କାର୍ଯ୍ୟକ୍ରମର ମୟୂରଭଞ୍ଜ ପ୍ରଭାରୀ ଜନ୍ମେଜୟ ଲେଙ୍କା, ଓଡିଶା କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଶୁଭେନ୍ଦୁ ମଙ୍ଗରାଜ ଓ ଅନ୍ୟମାନେ ଥିଲେ । ଗତ ୟାସ ସାମୁଦ୍ରିକ ଝଡ ପରେ ବିଜେଡି ଦଳ ତରଫରୁ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରା ଯାଇଛି । ଯେଉଁ କର୍ମୀ ମାନେ କରୋନାର ବ୍ୟାପକ ପ୍ରଭାବ ସତ୍ତ୍ୱେ ନିଜ ଜୀବକୁ ବାଜି ଲଗାଇ କ୍ଷେତ୍ରରେ ବୁଲି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ସହିତ ସେମାନଙ୍କର ତାଲିକା ବନାଇ ଦଳର ଉଚ୍ଚ କର୍ମକର୍ତ୍ତାଙ୍କୁ ସହାୟତା ପାଇଁ ପ୍ରଦାନ କରିଛନ୍ତି ସେମାନଙ୍କୁ ପ୍ରଣବ ସାଧୁବାଦ ଦେଇ ଥିଲେ । ଏହା ଛଡା ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ମଧ୍ୟ କ୍ଷତିଗ୍ରସ୍ତ ମାନଙ୍କର ତାଲିକା ପ୍ରଦାନ କରା ଯାଇଛି । ଏହି ମର୍ମରେ ଯୁବ ନେତା ଲଲାଟେନ୍ଦୁ ବେହେରା ଏକ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରି ଥିଲେ । ଲଲାଟେନ୍ଦୁଙ୍କ ଉପସ୍ଥାପନା ମୁତାବକ କର୍ମୀ ମାନେ ଜୀବନକୁ ବାଜି ଲଗାଇ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ସେଥି ମଧ୍ୟରୁ ଜଣେ ଉସôର୍ଗୀକୃତ ଯୁବ କର୍ମୀ ଶେଖ ଇଜ୍ଜାକ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରୁକରୁ କୋଭିଡରେ ଆକ୍ରାନ୍ତ ହୋଇ ପ୍ରାର ହରାଇଛନ୍ତି । ତାଙ୍କ ପରିବାରକୁ ଦଳ ତରଫରୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ଲଲାଟେନ୍ଦୁ ଦାବି କରି ଥିଲେ । ଦଳ ତରଫରୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଣବ ନିର୍ଭର ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହା ଛଡା ଉତ୍ତର ଓଡଶାର ପ୍ରସିଦ୍ଧ ହରିହର ପୀଠ ବାବାକଖାରୁଆ ବୈଦ୍ୟନାଥ ବିଜେ ମାଣତ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ପାଉଁଶିଆ ବନ୍ଧର ପୁର୍ନଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରଣବ ପ୍ରକାଶ ସୂଚନା ପ୍ରଦାନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ବେତନଟୀ ଓ ବଡସାହି ବ୍ଲକର ନେତା ଓ କର୍ମୀଙ୍କ ମଧ୍ୟରେ ବୃନ୍ଦାବନ ଦାସ, ବରିଷ୍ଠ ନେତା ଜ୍ୟୋତିକାନ୍ତ ସାମଲ, ସନ୍ତୋଷ କୁମାର ଜେନା, ମୃତ୍ୟୁଞ୍ଜୟ ମିଶ୍ର, ହରେକୃଷ୍ଣ ବେହେରା, ତପନ ପତି (ଦଇନ ନନା), ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଯାପାନୀ ମାଝୀ, ବଡସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ମହିଳା ନେତ୍ରୀ ଶାନ୍ତିଲତା ରାଉତ, ଭାଗ୍ୟବତୀ ମହାନ୍ତ, ସସ୍ମିତା ବେହେରା, ସୁନ୍ଦରମୋହନ ମହାନ୍ତ, ମଳୟା ପତି, ରଶ୍ମିତା ମହାପାତ୍ର, ସଂଯୁକ୍ତା ପାତ୍ର, ଡମ୍ବରୁ ମହାନ୍ତ, କାବେରୀ ବେେହେରା, ଯୁବ ନେତା ପ୍ରିୟବ୍ରତ ପଟ୍ଟନାୟକ, ସମାଜସେବୀ ଅଜୟ କୁମାର ଓଝା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଇଂ. ସୁଶାନ୍ତ କୁମାର ବଳା, ଗଣମାଧ୍ୟମ ସଂଯୋଜକ ଭବାନୀଶଙ୍କର ମିଶ୍ର, ଭରତ ନାଏକ, ବିଶିକେଶନ ଧଳ, ଯାମିନୀକାନ୍ତ ନାଏକ, ଜୀବନ ଦାସ, ଚନ୍ଦ୍ରଶେଖର ହେମ୍ବ୍ରମ, ସୁଧାକର ପଣ୍ଡା, ବିନୋଦ ସିଂ, ନରେନ୍ଦ୍ର ସିଂ, ଅଭିନ୍ନ ସୁନ୍ଦର ପାତ୍ର, ହରେନ୍ଦ୍ର ମହାନ୍ତ, ଆଡଭୋକେଟ ହେମନ୍ତ ମହାନ୍ତ, ଗଣେଶ୍ୱର ପାତ୍ର, କୁନା ସାହୁ, ରବୀନ୍ଦ୍ର କିସ୍କୁ ଓ ବହୁ କର୍ମୀ ଯୋଗ ଦେଇ ଥିବାର ଜଣା ପଡିଛି ।

IEC 2 years

Comments are closed.