Odisha news

ପତ୍ରରୁ ସୃଷ୍ଟି ହେଉଛି ଜଙ୍ଗଲ ନିଆଁ : ଖୋଲା ସ୍ଥାନରେ ପତ୍ର ଫିଙ୍ଗିବାକୁ ପରିବେଶବିତଙ୍କ ଅନୁରୋଧ

ବେତନଟୀ : ବେତନଟୀ ରେଞ୍ଜର କୃଷ୍ଣଚନ୍ଦ୍ରପୁର ବନପାଳ କ୍ଷେତ୍ରର ପାଲବଣୀ ନିକଟରେ ଜଙ୍ଗଲରେ ନିଆଁ ଲାଗି ଥିବାର ଦେଖା ଯାଇ ଥିଲା । ଖବର ପାଇବା ପରେ ବନରକ୍ଷୀ ରାଇଧନ ସିଂ ଓ ପାରା ବନ କର୍ମଚାରୀ ମାନେ ନିର୍ବାପକ ଯନ୍ତ୍ର ନେଇ ପହଞ୍ଚିବା ପରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରି ଥିଲେ । ତେବେ ତଦନ୍ତ କରିବାରେ ଜଣା ପଡିଛି କଦଳୀ ନେଇ ଆନ୍ଧ୍ରରୁ ଆସୁ ଥିବା ଟ୍ରକ ଗୁଡିକ କଦଳୀ କାନ୍ଧି ଗୁଡିକୁ ବାରିପଦାରେ ଅନଲୋଡ କରିବା ପରେ କଦଳୀ ଓ ଫଳକୁ ପ୍ୟାକିଂ ଦିଆ ଯାଇ ଥିବା କଦଳୀ ପତ୍ର ଓ ଅନ୍ୟାନକୁ ଆଣି ସଂରକ୍ଷିତ ଜଙ୍ଗଲ ପାଶ୍ୱର୍ରେ ଅନଲୋଡ କରି ଚାଲି ଯାଉଛନ୍ତି । ପରେ ଏହି ପତ୍ର ଶୁଖି ଯିବା ପରେ କେହି ନିଆଁ ଲଗାଇ ଦେଲେ ଏହା ଜଙ୍ଗଲ ମଧ୍ୟକୁ ବ୍ୟାପିବା ଫଳରେ ଜଙ୍ଗଲ ହୁତହୁତ ହୋଇ ଜଳୁଛି । ଫଳ ସ୍ୱରୂପ ବହୁ ଔଷଧୀୟ ବୃକ୍ଷ, ଗୁଳ୍ମ, ଲତା, ଜୀବଜନ୍ତୁ, କୀଟପତଙ୍ଗ, ସରୀସୃପ ଏହି ନିଆଁରେ ପୋଡି ହୋଇ ନଷ୍ଟ ହେଉଛନ୍ତି ଓ ମରୁଛନ୍ତି । ଏହି ଘଟଣା ଜାଣିବା ପରେ ଜଙ୍ଗଲ ନିକଟରେ ଏସବୁକୁ ଅନଲୋଡ ନକରିବାକୁ ପରିବେଶବିତ ମାନେ ଅନୁରୋଧ କରିଛନ୍ତି

Comments are closed.