Odisha news

ମନ୍ଦିର ପରିସରରେ ନୀତିକାନ୍ତିରେ ସମ୍ପନ୍ନ ହେବ ବେତନଟୀ ଓ ବୈଶିଙ୍ଗାର ୫ଟି ରଥଯାତ୍ରା

0

ବେତନଟୀ : ଆସୁଛି ଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥ ଯାତ୍ରା । ଏହି ସମୟରେ ଶ୍ରୀକ୍ଷେତ୍ର ପୁରୀ ଓ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ଯାତ୍ରା ସହିତ ସମ୍ମନ୍ୱୟରେ ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଅନୁଷ୍ଠିତ ହୋଇ ଥାଏ । ଏବର୍ଷ କରୋନା ଲକଡାଉନ ଥିବା ବେଳେ ଜନସମାଗମ ହେଲେ ଏହା ସଂପ୍ରତି ପରିସ୍ଥିତିରେ କ୍ଷତିକାରକ ହେବ । ଏକଥାକୁ ହୃଦୟଙ୍ଗମ କରି ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ବେତନଟୀ ଥାନା କର୍ମଚାରୀ ମାନେ ବେତନଟୀ, ଆମ୍ବଯୋଡା, ଗରୁଡବସା, ଉଠାଣୀରେ ଥିବା ରଥ କମିଟୀ ଗୁଡିକ ସହିତ ଆଲୋଚନା ମାଧ୍ୟମରେ ରଥ ଯାତ୍ରାରେ ଜନ ସମାଗମ କେମିତି ନହେବ ସେ ବାବଦରେ ଆଲୋଚନା କରି ଥିଲେ ।

ଜନ ସାଧାରଣଙ୍କ ହିତରେ ରଥ ଯାତ୍ରାକୁ ନିରାଡମ୍ବର କରିବା ଅଭିଯାନ ସଫଳ ହୋଇଛି । ରଥ ଓ ବାହୁଡା ଯାତ୍ରା ବେଳେ ଠାକୁରଙ୍କ ଦେବନୀତି କେବଳ ଔପଚାରିକ ଓ ମନ୍ଦିର ପରିସର ମଧ୍ୟରେ ହେବ ବୋଲି ରଥ ଓ ମନ୍ଦିର କମିଟୀର ମୁଖ୍ୟମାନେ ଲିଖିତ ଭାବେ ଗଣ ମାଧ୍ୟମକୁ ପୋଲିସ ଜରିଆରେ ଜଣାଇଛନ୍ତି । ସମଗ୍ର ମାନବ ସମାଜର ହିତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆ ଯାଇ ଥିବାର ଜଣା ପଡିଛି । ସେହିପରି ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଙ୍କ ନେତୃତ୍ୱରେ ବୈଶିଙ୍ଗା ଥାନା କର୍ମଚାରୀ ମାନେ ଏହି ଅଞ୍ଚଳରେ ଅନୁଷ୍ଠିତ ହେଉ ଥିବା ରଥ କମିଟୀ ଗୁଡିକ ସହିତ ଆଲୋଚନା କରି ଥିବାର ଜଣା ପଡିଛି । ମହୁରୀ ମନ୍ଦିର ଓ ରଥ କମିଟୀ ତରଫରୁ ରଥକୁ ନିରାଡମ୍ବର ଓ ମନ୍ଦିର ପରିସରରେ କରିବାକୁ ନିଷ୍ପତ୍ତି ନିଆ ଯାଇ ପୋଲିସକୁ ଅବଗତ କରା ଯାଇ ଥିବାର ଜଣା ପଡିଛି । ମାଣତ୍ରୀ, କାନ୍ଥି ମଠ ଓ ଅନ୍ୟାନ ସ୍ଥାନରେ ଅନୁଷ୍ଠିତ ହେଉ ଥିବା ରଥ ବାବଦରେ ପୋଲିସ ଓ କମିଟୀ ମଧ୍ୟରେ ଆଲୋଚନା ଚାଲି ଥିବାର ସୂଚନା ମିଳିଛି ।

Leave A Reply