ବୈଶିଙ୍ଗା ଅଞ୍ଚଳରେ ବ୍ୟାପକ ବେଆଇନ ମଦ କାରବାର : ମାତୃଶକ୍ତି ମଦ ବିରୋଧୀ ମହିଳାଙ୍କ ବିରୋଧଙ୍କ ବିରୋଧ , କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଉହ୍ଲାଇବେ ମହିଳା
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଗାଙ୍ଗପୁରା, ମେଲାଡାଙ୍ଗର, ହରିବଲପୁର ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ହେଉଛି ବୋଲି ଅଭିଯୋଗ କରିଛନ୍ତି ମାତୃଶକ୍ତି ମଦ ବିରୋଧୀ ମହିଳା ମାନେ । କଳମା ଓ ଗଡଦେଉଳିଆ ପଞ୍ଚାୟତରେ ମଦ ପାଇଁ ବିଭିନ୍ନ ସାମାଜିକ କଳହ, ଗଣ୍ଡଗୋଳ ଘଟୁ ଥିବାର ଜଣା ପଡିଛି । ଗୋଟିଏ ପଟେ ଲକଡାଉନ ପାଇଁ ପରିବାର ଗୁଡିକର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଲାଣି । ଏହି ସମୟରେ ପରିବାରର ପୁରୁଷ ସଦସ୍ୟ ମାନେ ମଦ ପିଇବା ପାଇଁ ଟଙ୍କା ଖର୍ଚ୍ଚ କରିବା ଫଳରେ ପରିବାର ଗୁଡିକ ଘୋର ଦୁରାବସ୍ଥାର ଶିକାର ହେଉଛନ୍ତି ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ମହିଳା ମାନଙ୍କୁ ନେଇ ଗଠିତ ମାତୃଶକ୍ତି ମଦ ବିରୋଧୀ ମହିଳା ସଂଗଠନ ଏହି ମଦ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ବୈଶିଙ୍ଗା ଥାନାର ଆଇଆଇସିଙ୍କୁ ଏହି ଦାବି ପତ୍ର ପ୍ରଦାନ କରା ଯାଇଛି । ଏହାର ଏକାକିତା ନକଲ ବେତନଟୀ ଏସଡିପିଓ, ବେତନଟୀ ଅବକାରୀ ଥାନା, ଅବକାରୀ ଅଧୀକ୍ଷକ, ଆରକ୍ଷୀ ଅଧୀକ୍ଷକ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଛି । କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ମହିଳା ମାନେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ମଦ ବିରୋଧୀ ମଞ୍ଚ ତରଫରୁ ଚେତାବନୀ ଦିଆ ଯାଇଛି । ମାତୃଶକ୍ତି ମଦ ବିରୋଧୀ ମଞ୍ଚର ସଭାନେତ୍ରୀ ମାଧବୀ ସେନାପତି, ସମ୍ପାଦିକା ମାମୁନି ସିଂ ଓ ମହିଳା ମାନେ ଏହି ଦାବି ପତ୍ର ବିଭିନ୍ନ କାର୍ଯ୍ୟାଳୟରେ ପ୍ରଦାନ କରିବା ସହିତ ଅଧିକାରୀ ମାନଙ୍କୁ ଭେଟି ନିଜର ଦାବି ଜଣାଇ ଥିବାର ଦେଖା ଯାଇଛି ।