ବେତନଟୀ : ଆଜି ସନ୍ଧ୍ୟାରେ ମୋଟର ସାଇକେଲରେ ଯାଉ ଥିବା ଗଡଦେଉଳିଆର କାଳିଆ ଦଳେଇ ବେତନଟୀ ବଡପୋଖରୀ ନିକଟରେ ଏକ ସାଇକେଲରେ ଯାଉ ଥିବା ବେତନଟୀର ରାଧାକୃଷ୍ଣ ପାତ୍ରଙ୍କୁ ଧକ୍କା ଦେଇ ଥିଲେ । ଏଥିରେ ଉଭୟ ରାସ୍ତା ଉପରେ ପଡି ଯାଇ ଗୁରୁତର ଆହତ ହୋଇ ଥିବାର ଜଣା ପଡିଛି । ଖବର ପାଇ ବେତନଟୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିବାର ଜଣା ପଡିଛି । ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
