ବେତନଟୀ : ବେତନଟୀ ବଙ୍ଗଳାଛକ, ଦହିକୋଟୀ, ମେରଦା ଆରଡି ରାସ୍ତାଟି ଯୋଗେ ଅନ୍ୟୁନ ୧୫ଟି ପଞ୍ଚାୟତର ଯୋଗାଯୋଗ ହେଉଛି । ତେବେ ଝାଡପୋଖରିଆ, ବାରିପଦା, ବାଲେଶ୍ୱର ଚାରି ଥାକିଆ ରାସ୍ତା ନିର୍ମାଣ ବେଳେ ବଙ୍ଗଳାଛକରେ କୌଣସି ଗଳାପୋଲ ନଥିବାରୁ ବିଭିନ୍ନ ଗ୍ରାମରୁ ଦୈନିକ ବେତନଟୀ କୋର୍ଟ, ତହସିଲ, ଏସଡିପିଓ କାର୍ଯ୍ୟାଳୟ, ଥାନା, ବ୍ୟାଙ୍କ, ବିଭିନ୍ନ ଉପଖଣ୍ଡ କାର୍ଯ୍ୟାଳୟ, କୃଷି ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜକୁ ଆସୁଥିବା ଲୋକ ମାନେ ନାନା ହନ୍ତସନ୍ତ ହୋଇ ଥାଆନ୍ତେ ।
ଲୋକ ମାନଙ୍କର ଏହି ସମସ୍ୟାକୁ ହୃଦବୋଧ କରି ବଡସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡା, ବେତନଟୀ ମଣ୍ଡଳ ସଭାପତି ରାଜକିଶୋର ସାହା, ତପନ କୁମାର ନାୟକ, ସଞ୍ଜୟ କୁମାର ବେହେରା, ଅଜୟ କୁମାର ବେହେରା, ଅଲୟ କୁମାର ପ୍ରଧାନ, ଖଗେନ୍ଦ୍ର ସାହୁ, ପ୍ରଶାନ୍ତ ନାଥ, କୂଶଧର ବେହେରା, ହରିଶ୍ଚନ୍ଦ୍ର ସାମଲ, ଶିଶିର ବେହେରା ଓ ବିଜେପି କର୍ମୀ ମାନେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଓ ମୟୂରଭଞ୍ଜ ସାଂସଦ ଇଂ. ବିଶେଶ୍ୱର ଟୁଡୁଙ୍କର ଦୃଷ୍ଟି ଆକର୍ଷଣ କରି ଥିଲେ ।
ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି, ଉପସଭାପତି ସର୍ବେଶ୍ୱର ମହାନ୍ତ, ସମ୍ପାଦକ ଗତିକୃଷ୍ଣ ମହାନ୍ତ, ବେତନଟୀ ବଙ୍ଗଳାଛକ ଦୂର୍ଗାପୂଜା କମିଟୀର ଉପଦେଷ୍ଟା ସୁବାସ ଦାଶ, ଅନୁପ ଦଣ୍ଡପାଟ, କେଶବ ନାଥ ଓ ଅନ୍ୟମାନେ ମଧ୍ୟ ଏହି ଦାବିକୁ ବିଭିନ୍ନ ସମୟରେ ମନ୍ତ୍ରୀ ଓ ସାଂସଦଙ୍କ ନିକଟରେ ଦୋହରାଇ ଥିଲେ । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଓ ମୟୂରଭଞ୍ଜ ସାଂସଦ ଏହି ଗୋଳାପୋଲର ଆବଶ୍ୟକତାକୁ ନେଇ କେନ୍ଦ୍ର ସଡକ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ ଆଲୋଚନା କରିବା ପରେ ଗୋଳାପୋଲଟି ମଞ୍ଜୁରୀ ପାଇଛି ଓ ତାର କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ନେଇ ଏବେ ଗମନାଗମନ ସୁଲଭ ହୋଇ ପାରିବ ବୋଲି ୧୫ଟି ପଞ୍ଚାୟତରେ ଖୁସିଲ ଲହରୀ ଖେଳି ଯାଇଛି ।