Odisha news

ବେତନଟୀ : ପ୍ରଶାସନଙ୍କ ତରଫରୁ ବେତନଟୀ ଧର୍ମଶାଳାଠାରେ କରୋନା ଟେଷ୍ଟ

0

ବେତନଟୀ ୩୧/୮ : ବେତନଟୀ ଧର୍ମଶାଳାଠାରେ ଆଜିଠାରୁ ପ୍ରଶାସନଙ୍କ ତରଫରୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ବେତନଟୀସ୍ଥ ରୋଟାରୀ କ୍ଲବ୍ ସହଯୋଗରେ ଆଜିଠାରୁ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଏହା ସକାଳ ୮ଟାରୁ ଦିବା ୧୨ଟା ପର୍ଯ୍ୟନ୍ତ ପ୍ରତିଦିନ ଚାଲୁ ରହିବ । ଆଜି ସକାଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ୍ ଇନ୍ଚାର୍ଜ ଡ. ସିପୁନ୍ କୁମାର ପଣ୍ଡା, ରୋଟାରୀ କ୍ଲବ୍ର ସଭାପତି ବସନ୍ତ କୁମାର ମହାନ୍ତ, ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ଆଜି ୪୯ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ଫଳାଫଳ ଆସନ୍ତାକାଲି ସରକାରୀ ରୁପେ ଜିଲ୍ଲା ପ୍ରମୁଖଙ୍କ ଦ୍ୱାରା ଜଣା ପଡିବ । ଉକ୍ତ କାର୍ଯ୍ୟରେ ଅନ୍ୟ ରୋଟାରୀଆନ୍ମାନେ ମଧ୍ୟ ଉପସ୍ଥିତ ଥିଲେ । ଉପସଭାପତି ଶିରିଶ୍ ଚନ୍ଦ୍ର ବାରିକ୍, ପୂର୍ବ ସଭାପତି ସତିଶ୍ କୁମାର ସାହୁ, ଆଡ୍ଭୋକେଟ୍ ଭାଗୀରଥ ପଣ୍ଡିତ୍, ଅମରେନ୍ଦ୍ର ନାଥ ଦାସ, ରାମେଶ୍ୱର ମିଶ୍ର, ଗିରିଧାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଡ. ରାଜଶ୍ରୀ ସାହୁ, ସସ୍ମିତା ଓ ଅନ୍ୟାନ୍ୟ ଲେବୋରେଟୋରୀ ସହାୟକମାନେ ଏଥିରେ ସହଯୋଗ କରିଥିଲେ ।

Leave A Reply