୪ କ୍ୱିଣ୍ଟାଲ ୫୦ କି:ଗ୍ରା: ଗଞ୍ଜେଇ ଜବତ କରିବା ପରେ ଏହାର ତଦନ୍ତର ଦିଗ ବ୍ୟାପ୍ତ ହେବାରେ ଲାଗିଛି : ପରୀକ୍ଷା ପାଇଁ ନମୁନା ଯିବା ପରେ ସବୁ ମେଟ୍ରୋର ନାରକୋଟିକସ ବିଭାଗକୁ ସୂଚନା ଦେଲା ବେତନଟୀ ପୋଲିସ
ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୋଲିସ ନଣ୍ଡାଶୋଳରେ ଏକ ପିକଅପରେ ୪ କ୍ୱିଣ୍ଟାଲ ୫୦ କି:ଗ୍ରା: ଗଞ୍ଜେଇ ଜବତ କରିବା ପରେ ଏହାର ତଦନ୍ତର ଦିଗ ବ୍ୟାପ୍ତ ହେବାରେ ଲାଗିଛି । ଏହି ସଂକ୍ରାନ୍ତରେ ଗିରଫ ହୋଇ ଥିବା ଦୁଇ ଜଣ ବିହାରୀ ଯୁବକଙ୍କୁ କୋର୍ଟ ଚାଲାଣ ପରେ ସେମାନେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।
ଏହି ଘଟଣା ପରେ ବେତନଟୀ ପୋଲିସ ଗଞ୍ଜେଇ (ଜୁଲୋଜିକାଲ ନାମ ତାନାବିସ)ର ନମୁନା ଉଚ୍ଚ କ୍ଷମତାସମ୍ପନ୍ନ ପ୍ରୟୋଗଶାଳାକୁ ପଠାଇ ଥିବାର ଜଣା ପଡିଛି । ଏହା ବ୍ୟତୀତ ଏତେ ମାତ୍ରାରେ ଗଞ୍ଜେଇ ଜବତ ହୋଇ ଥିବାରୁ ଏହାର ସୂଚନା ଦେଶର ସବୁ ମେଟ୍ରୋ ସହରର ନାରକୋଟିକସ ବିଭାଗକୁ ସୂଚନା ପ୍ରଦାନ କରା ଯାଇ ଥିବାର ଜଣା ପଡିଛି ।
ଅନ୍ୟ ପକ୍ଷରେ ଯୁବକ ଦ୍ୱୟ ଗଞ୍ଜେଇ କାରବାର ସେମାନେ ନିଜେ କରୁ ଥିଲେ ବୋଲି ପୋଲିସକୁ ବୟାନ ଦେଇଛନ୍ତି । ତେବେ ବ୍ୟାପ୍ତ ତଦନ୍ତ ପାଇଁ ପୋଲିସ ବିହାର ଯାଇ ଛାନଭିନ କରିବ ବୋଲି ଜଣା ପଡିଛି । ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ଓ ବେତନଟୀ ଥାନା ପୋଲିସ ଅଧିକାରୀ, କର୍ମଚାରୀ ମାନେ ମିଳିତ ଭାବେ ଏହି ପିକଅପଟି ଜବତ କରିବା ସହିତ ଏତେ ମାତ୍ରାର ଗଞ୍ଜେଇ ଜବତ କରି ଥିଲେ । ଏହି ଘଟଣାକୁ ନେଇ ରୁଜୁ ହୋଇ ଥିବା ମାମଲାଟିକୁ ଏସଆଇ ବିନୟ ରଞ୍ଜନ ପରିଡା ତଦନ୍ତ କରୁଛନ୍ତି
