ବେତନଟୀ : ବେତନଟୀର ସବୁଠାରୁ କ୍ଷମତାଶାଳୀ, ନିରପେକ୍ଷ ଓ ସମ୍ମାନଷ୍ପଦ ଜାତୀୟ ଦିବସ ପାଳନ କମିଟୀର ଆଜି କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି । ପୂର୍ବ କମିଟୀ ଦୀର୍ଘ ୩ ବର୍ଷ ଧରି ନିଜର ଦାୟୀତ୍ୱ ତୁଲାଇବା ପରେ ଆଜି ଏହି କମିଟୀର କାର୍ଯ୍ୟକାଳ ସରି ଥିବାର ସଭାପତି ଜୟନ୍ତ କୁମାର ପଟ୍ଟନାୟକ ଘୋଷଣା କରି ଥିଲେ । ପରେ ବିଭିନ୍ନ ପଦବୀ ପାଇଁ ପ୍ରସ୍ତାବ ଆହ୍ୱାନ କରା ଯାଇ ଥିଲା ।
ସର୍ବସମ୍ମତିକ୍ରମେ ଏହି କମିଟୀର ସଭାପତି ଭାବେ ଜୟନ୍ତ କୁମାର ପଟ୍ଟନାକୟ, କାର୍ଯ୍ୟକାରୀ ସଭାପତି ଭାବେ ସୁନ୍ଦର ମୋହନ ମହାନ୍ତ, ଉପସଭାପତି ଭାବେ ଉଜ୍ଜ୍ୱଳ କୁମାର ବେହେରା, ମୂରଲୀଧର ନାୟକ, ସାଧାରଣ ସମ୍ପାଦକ ଭାବେ ପ୍ରକାଶଜ୍ୟୋତି ଆଦିତ୍ୟ, ଯୁଗ୍ମ ସମ୍ପାଦକ ଭାବେ ରବୀନ୍ଦ୍ର ମାରାଣ୍ଡି, ସହସମ୍ପାଦକ ଭାବେ ସାମ୍ବାଦିକ ଅବିନାଶ ନାୟକ, ସାମ୍ବାଦିକ ଉଦିତ କୁମାର ପରିଡା, କୋଷାଧ୍ୟକ୍ଷ ଭାବେ ଅନୁପ କୁମାର ପରିଡାଙ୍କୁ ଦାୟୀତ୍ୱ ପ୍ରଦାନ କରା ଯାଇଛି । ଆଇନ ପରାମର୍ଶଦାତା ଭାବେ ବରିଷ୍ଠ ଆଇନଜୀବି ଅରୁପ କୁମାର ଘୋଷ, ମିଡିଆ ସେଲର ଦାୟିତ୍ୱ ସାମ୍ବାଦିକ ଗତିକୃଷ୍ଣ ମହାନ୍ତଙ୍କୁ ପ୍ରଦାନ କରା ଯାଇଛି ।
ଏହି କମିଟୀର ପରାମର୍ଶଦାତା ଭାବେ ପ୍ରଧାନ ଶିକ୍ଷକ ରମାକାନ୍ତ ମହାନ୍ତ, ପ୍ରକାଶ ବେହେରା, ଆଡଭୋକେଟ ପ୍ରବୀର କୁମାର ବାରିକ, ପ୍ରଦୀପ ମହାପାତ୍ର, ଜଗଦୀଶ ବେହେରା, ରାଜକିଶୋର ସାହା, ସୁଧାକର ପଣ୍ଡା, ପ୍ରଶାନ୍ତ ନାଥ, ଶିକ୍ଷକ ସଞ୍ଜୟ ମଢ଼ୁଆଳ, ତପନ ନାୟକ, କିଶୋର କୁମାର ନାୟକ ପ୍ରମୁଖଙ୍କୁ ରଖା ଯାଇ ଥିବାର ଜଣା ପଡିଛି । ଏହି କାର୍ଯ୍ୟକ୍ରମରେ ସଦସ୍ୟ ରଞ୍ଜନ କୁମାର ମହାନ୍ତି, ତପନ ପରିଡା, ଅଲୟ ପ୍ରଧାନ, ମାନସ କୁମାର ବିନ୍ଧାଣୀ, କିଶୋର କୁମାର ନାଥ, କେଶବଚନ୍ଦ୍ର ନାଥ, ମନୋଜ କୁମାର ପଣ୍ଡା ଓ ଅନ୍ୟମାନେ ଯୋଗ ଦେଇ ଥିଲେ ।
