Odisha news

ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଛାତ୍ରଙ୍କ ହଷ୍ଟେଲରେ ସନ୍ଦେହଜନକ ମୃତ୍ୟୁ

0

ଵ୍ରହ୍ମପୁର ୨୦/୯- ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ର ଜଣେ ଯୁକ୍ତ ତିନି ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ଅର୍ଥନୀତି ବିଭାଗର ଶେଷ ବର୍ଷ ଛାତ୍ର କୁନାଲ ମଲ୍ଲିକ(୨୦)।ଘର ଗଜପତି ଜିଲ୍ଲା ମୋହନାରେ। ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେଆରକେ ହଷ୍ଟେଲରେ ସେ ରହି ପାଠ ପଢୁଥିଲେ। ଆଜି ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ନା ଉଠିବାରୁ ଅନ୍ୟ ଅନ୍ତେବାସୀ ମାନେ ସନ୍ଦେହ କରି ୱାର୍ଡନ୍ ଙ୍କୁ ଜଣାଇଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଏମକେସିଜି ମେଡ଼ିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କୁନାଲ ଙ୍କ ପରିବାରବର୍ଗ ପହଞ୍ଚିବା ପରେ ଶବ କୁ ଦେଖି ତାଙ୍କୁ କେହି  ହତ୍ୟା କରିଥିବା ନେଇ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି। ତେବେ ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ କରାଯାଇ ଭିସେରା ସଂଗ୍ରହ କରାଯାଇଥିବା ବେଳେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରା ଯାଇଛି। ଅନ୍ୟପକ୍ଷେ ପୋଲିସ୍ ତଦନ୍ତ ଜାରି ରଖିଛି। ହଷ୍ଟେଲରେ କୁନାଲ ରହୁଥିବା ରୁମ୍ କୁ ସିଲ କରିଥିବା ବେଳେ ତାର ମୋବାଇଲ ଜବତ କରିଛି। ଆସନ୍ତାକାଲି ସୈନ୍ତିଫିକ ଟିମ୍ ସେଠାରେ ପହଞ୍ଚି ତଦନ୍ତ କରିବ ବୋଲି ସୂଚନା ମିଳିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ।

Nalco
Leave A Reply