Odisha news

ସାଉଥ୍ କୋ ୟୁଟିଲିଟି ଏସସି ଏସଟି ସଂଘ ପକ୍ଷରୁ ବୈଠକ

0
ବ୍ରହ୍ମପୁର ତା ୨।୯।୨୨.ସ୍ଥାନୀୟ ବିଦ୍ଯୁତ ପୁରି ଶିବ ମନ୍ଦିର ପ୍ରାଙ୍ଗଣ ରେ ସାଉଥ୍ କୋ ୟୁଟିଲିଟି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ  ସଂଘ ପକ୍ଷରୁ ବୈଠକ
ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟିପିଏସଓଡିଏଲ ପକ୍ଷରୁ ୧୯୭୫ମସିହା ର ଓଡିଶା ରିନୋଭେସନ ଅଫ ଭେକନ୍ସିସ  ଆଇନ ଲାଗୁ କରାଯାଇ ନଥିବା ଉପରେ ଆଲୋଚନା କରିଥିଲେ।
ସିଟି ସମ୍ପାଦକ ଶ୍ରୀବସ୍ଛ ତରାଇ  ବିଦ୍ୟୁତ ବିଭାଗ ମାନବ ସମ୍ବଳ ବିଭାଗ ଓ ଟିପିଏସଓଡିଏଲ ଅଧିକାରୀ ମାନଙ୍କ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏସସି,ଏସଟି  କର୍ମଚାରି ମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ଯାତନା ଦିଆଯାଇଛି। ଏନେଇ ଶକ୍ତି ବିଭାଗ, ଆଇନ ବିଭାଗ, ଓଇଆରସି ଓ ନ୍ୟାସନାଲ କମିଶନଙ୍କୁ ବିଭ୍ରାନ୍ତି କର ତଥ୍ୟ ଦିଆଯାଇ ବିଭ୍ରାନ୍ତ କରାଯାଇଛି  ବୋଲି ଅଭିଯୋଗ କରିଛନ୍ତି।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟ କାରି ସଭାପତି ପ୍ରେମଚାନ୍ଦ ବେହେରା, ଆଲୋକ ବେହେରା, ପ୍ରଦେଶ ବେହେରା ଯୋଗ ଦେଇ ଆଗାମୀ ଦିନରେ ଏନେଇ ଆଲୋଚନା କରିବା ସହ ଦାବି ଉପସ୍ଥାପନ କରିବା ଉପରେ ଆଲୋଚନା କରିବେ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ଥିଲେ।
Nalco
Leave A Reply