Odisha news

ସାଢେ ଚାରି କେଜି ସୁନା ଏବଂ ୧୮୫ ରୂପା ଜବତ : ଜବତ ସୁନା ଓ ରୁପା ମୂଲ୍ୟ 3.10 କୋଟି ହେବ

0
ବ୍ରହ୍ମପୁର ତା ୨।୧୦.ବ୍ରହ୍ମପୁର ପୁଲିସ ଜିଲ୍ଳା ଅନ୍ତର୍ଗତ ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଆଜି ସକାଳେ ଥାନା ସମ୍ମୁଖରେ ପବିତ୍ର ସାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇ ଥିବାବେଳେ ଅସାମାଜିକ ଯୁବକ ଙ୍କ ଅସାମାଜିକ କାର୍ଯ୍ୟ ନିୟନ୍ତ୍ରଣ କରିବା ପାଇଁ ନାକା ଏବଂ ଚେକ ଡ୍ୟୁଟି କରୁଥିଲେ। ସେହି ସମୟରେ ଗୋଟିଏ ଗାଡିରେ କର୍ଣ୍ଣାଟକ ରାଜ୍ୟ ର ଏକ କାର କୁ ସନ୍ଦେହଜନକ ଭାବେ ଅଟକାଇ ଯାଞ୍ଚ କରିଥିଲେ। ଗାଡି ଯାଞ୍ଚ ବେଳେ ପଛ ସିଟ ପଛରେ ଥିବା ଗୁପ୍ତ ଚାମ୍ବର ମଧ୍ୟରେ ବିପୁଳ ପରିମାଣର ରୂପା
ଏବଂ ସୁନା ମିଳିଲା। ଅଧିକ ଯାଞ୍ଚ ପରେ ଏହା 4.664 କିଲୋଗ୍ରାମ ସୁନା ବୋଲି ଜଣାପଡିଛି ଏବଂ 185.5 କିଲୋଗ୍ରାମ ରୂପା ମିଳିଥିବା ଜଣାପଡିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କର୍ଣ୍ଣାଟକରେ ପଞ୍ଜୀକୃତ ଚାରି ଚକିଆ ତାମିଲନାଡୁ ଆସୁଥିଲା ଏବଂ ସୁନା ଓ ରୂପା ବ୍ରହ୍ମପୁରରେ ବିତରଣ ପାଇଁ ଥିଲା। ଜବତ ହୋଇଥିବା ଅଳଙ୍କାର ଗୁଡିକ ମୋଟ ବଜାର ମୂଲ୍ୟ ପ୍ରାୟ 3.10 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଧିକ ଅନୁସନ୍ଧାନ ଚାଲି ଥିବା ବେଳେ ଆୟ କର ଓ ସେଲଟେକ୍ସ ବିଭାଗ କୁ ସୁଚନା ପ୍ରଦାନ କରିଛନ୍ତି ବୋଲି ଏସପି ଶ୍ରାବଣ ବିବେକ ସୂଚନା ଦେଇଛନ୍ତି। ସୁନା, ରୁପା ଚୋରା କାରବାର ର ହବ ପାଲଟିଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର। କୋଟି କୋଟି ଟଙ୍କା ର ବେଆଇନ ସୁନା, ରୁପା ଚୋରା କାରବାର ର ହବ ପାଲଟିଛି ସହର l ବ୍ରହ୍ମପୁର କୁ ମଧ୍ୟ ମୁମ୍ବାଇ ରୁ ପ୍ରସ୍ତୁତ ସୁନା ଅଳଙ୍କାର ଚୋରା ରେ ଆସୁଥିବା ବେଳେ ଗତ ଅଗଷ୍ଟ ମାସରେ ଏକ ଘରୋଇ ବସ କୁ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରି ଯାଞ୍ଚ କରିବା ପରେ ୨୨ଗୋଟି ସୁନା ବିସ୍କୁଟ ବାହାରି ବା ସହିତ ନଗଦ ଏକ କୋଟି ୨୨ଲକ୍ଷ ଟଙ୍କା ବହାରିଥିଲା।ହେଲେ ଆଜି ପୁଣି କାର ରୁ ବାହାରି ଛି ଏହି ସୁନା ଅଳଙ୍କାର। ବିଭାଗ ପକ୍ଷରୁ ନିୟନ୍ତ୍ରଣ କରା ଯାଇ ନଥିବା ରୁ ଯଦ୍ୱାରା ଛତୁ ଫୁଟିଲା ଭଳି ଅଳଙ୍କାର ଦୋକାନ ଖୋଲାଯାଇ ଅବାଧ ରେ ସୁନା ରୁପା କାରବାର ଚାଲୁ ରହିଛି l
ଦୋକାନୀ ଟିକସ ଫାଙ୍କି ବାହାର ରାଜ୍ୟ ରୁ ସୁନା ରୁପା ଆଣି ସଫଳ ବ୍ୟବସାୟୀ ହୋଇପାରୁଛନ୍ତି l ଅନ୍ୟ ପକ୍ଷରେ ଅଂଚଳ ର ବିଭିନ୍ନ ବର୍ଗ ର ଲୋକଙ୍କ ଠୁ ଚୋରି ସୁନା କିଣାଯାଇ ଏହାକୁ ତରଳାଇ ବାହାରେ ବିକ୍ରି କରାଯାଉଛି l ବାଣିଜ୍ୟ କର ବିଭାଗ ପକ୍ଷରୁ ଚଢ଼ାଉ ହେଉ ନଥିବା ବେଳେ ବ୍ୟବସାୟୀ ମାନେ ଜିଏସଟି ଫାଙ୍କି ଧୁରନ୍ଧର ଏହି ବ୍ୟବସାୟ କରି ମାଲାମାଲ  ସେଉଛନ୍ତି l ସୁନାର ପ୍ରକୃତ ମାପ, ହଲମାର୍କ ଲାଗୁନି ଏବଂ ଅଳଙ୍କାର ଗୁଡ଼ିକୁ ଧଳା କାଗଜରେ ବିଲ ଦର୍ଶାଇ ସୁନା ରୁପା ଅଳଙ୍କାର ବିକ୍ରି କରି ରାତା ରାତି ମାଲାମାଲ ହେଉଥିବା ନଜର କୁ ଆସୁଛି l ପୂର୍ବରୁ ବେଆଇନ କାରବାର ରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ସହର ର କିଛି ସୁନା ରୁପା ବ୍ୟବସାୟୀ ପୁଲିସ ନଜର କୁ ଆସିଛନ୍ତି l ବାଣିଜ୍ୟ କର ବିଭାଗ ର ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରି ନିୟମିତ ବ୍ୟବଧାନ ରେ ଚଢ଼ାଉ କରି, ଦୋକାନ ଗୁଡିକ ର ସିସି ଟିଭି ଫୁଟେଜ କୁ ଯାଞ୍ଚ କରି ତଦନ୍ତ ପରିସର ଭୁକ୍ତ କଲେ ଅସଲ ଗୁମର ଫିଟିବ ବୋଲି କୁହାଯିବା ସହ ସରକାର ବିପୁଳ ରାଜସ୍ବ ହରାଇବାରୁ ବଂଚିତ ହେବେ ବୋଲି ତଥାଭିଜ୍ଞ ମହଲ ରେ ପ୍ରକାଶ ପାଇଛି।
Ad2
Leave A Reply