Odisha news

ମାହାଙ୍ଗାର ହତ୍ୟାକାଣ୍ଡକୁ ସି.ବି.ଆଇ ତଦନ୍ତ କରାଯାଉ ବ୍ରହ୍ମପୁର ବିଜେପିର ବିକ୍ଷୋଭ

0

ବ୍ରହ୍ମପୁର :  ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଯୁବମୋର୍ଚ୍ଚା ତରଫରୁ ସ୍ଥାନୀୟ ବଡ ବଜାର ଥାନା (ବ୍ରହ୍ମପୁର) ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରକାଶ ଥାଉକି ଗତ କିଛି ଦିନ ତଳେ ରାଜନୈତିକ ଉଦ୍ଦେଶ୍ୟ ରଖି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୂର୍ବତନ ମାହାଙ୍ଗା ବ୍ଲକ୍ର ଅଧ୍ୟକ୍ଷ ସ୍ୱର୍ଗତ କୁଳମଣୀ ବରାଳ ଓ ତାଙ୍କର ସହଯୋଗୀଙ୍କୁ ଯେଉଁ ଭଳି ନିର୍ମମ ଭାବେ ହତ୍ୟା କଲେ ତାହା କାପୁରୁଷର ପରିଚୟ ପ୍ରଦାନ କରୁଛି ବୋଲି ବ୍ରହ୍ମପୁର ବିଜେପି ତରଫରୁ ବିଭିନ୍ନ ସ୍ଳୋଗାନ ମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଭାରତୀୟ ଜନତା ପାର୍ଟି ର ନେତା ଓ କର୍ମୀ ମାନେ ସ୍ୱର ଉତୋଳନ କଲେ ବରାଳଙ୍କ ଭଳି ହତ୍ୟା କରାଯିବାକୁ ଆଜି ମଧ୍ୟ ଶାସକ ଦଳର କର୍ମୀ ମାନେ ଧମକ ଦେବାର ନଜିର ରହିଛି ବୋଲି ବିଜେପି ତରଫରୁ ଅଭିଯୋଗ କରିଛନ୍ତି । ମାହାଙ୍ଗାର ହତ୍ୟାକାଣ୍ଡକୁ ସି.ବି.ଆଇ ତଦନ୍ତ କରାଯାଉ ବୋଲି ବ୍ରହ୍ମପୁର ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ପତି, ପ୍ରଭାତ କୀରଣ ଷଡଙ୍ଗୀ, ସୁନିଲ କୁମାର ସାହୁ ସହ ବିଜେପି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ କିରନ କୁମାର ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ କରିଥିଲେ । ଏଥିରେ ବହୁ ବିଜେପି କର୍ମି ଯୋଗଦେଇଥିଲେ ।

Nalco
Leave A Reply