Odisha news

ବ୍ରହ୍ମପୁର : ନିଗମ ନଗର ଅଂଚଳରୁ ଵିଷଧର ସାପ ଉଦ୍ଧାର

0

ବ୍ରହ୍ମପୁର – ସ୍ଥାନୀୟ ନିଗମ ନଗର ପ୍ରଥମ ଲାଇନ ଅଂଚଳରୁ 7 ଗୋଟି ବିଷଧର ପଦ୍ମନାଗ ସାପ ଉଦ୍ଧାର ହୋଇଛି l. କବିରାଜ ବେହେରାଙ୍କ ବାରିପଟେ ଥିବା କୂଅରେ ଏହି  ସାପ ଦେଖାଯିବା ପରେ  ଅଂଚଳର ଜଣାଶୁଣା ସାପ ଧରାଳି ବାବୁଲା ସେଠିଙ୍କୁ ଖବର ଦେଇଥିଲେ l. ସେ  ଘଟଣା ସ୍ଥଳରେ ପହଂଚିବା ପରେ  ଶୁଖିଲା ପଡ଼ିଥିବା କୂଅରେ ପାଣି ଭର୍ତି କରାଯାଇ ସାପକୁ ଉଦ୍ଧାର କରାଯାଇଥିଲା l

. ସାପଗୁଡ଼ିକୁ ନିକଟସ୍ଥ ବାଇପାସ ରାସ୍ତାରେ ଛାଡିଥିବା ବାବୁଲା ସେଠି କହିଛନ୍ତି l ସୂଚନାଥାଉକି ବାବୁଲା ହୋମଗାର୍ଡ ଚାକିରୀ କରୁଥିବା ବେଳେ ସେ ଦୀର୍ଘ 4 ବର୍ଷ ଧରି ସାପଧରା କାର୍ଯ୍ୟ ଜାରି ରଖିଛନ୍ତି l. ଇତି ମଧ୍ୟରେ ସେ ଅଂଚଳରୁ  ପ୍ରାୟ 300 ଉର୍ଦ୍ଧ ସାପ ଧରିଲେଣି l. ବିନା ମୂଲ୍ୟରେ ତାଙ୍କର ଏଭଳି ମହତ ସେବା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି l. ବନ ବିଭାଗ ପକ୍ଷରୁ ସାପ ଧରିବା ପାଇଁ ଆବଶ୍ୟକ ଉପକରଣ ଯୋଗାଇଦେଲେ ଆହୁରି ଅଧିକ ସାପ ଧରିବାରେ ସହାୟକ ହୋଇପାରନ୍ତା ବୋଲି ବାବୁଲା କହିଛନ୍ତି l.

Leave A Reply