Odisha news

ନୀଳକଣ୍ଠେଶ୍ବର ଯୋଗ କେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

0
ବ୍ରହ୍ମପୁର ତା( ୨୧।୬।୨୨) ଆଜି ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସର ରେ ସ୍ଥାନୀୟ ନୀଳକଣ୍ଠେଶ୍ବରମନ୍ଦିର ବନ୍ଧ ହୁଡା ରେ ଦୀର୍ଘ ପ୍ରାୟ ୧୦’ବର୍ଷ ହେବ ନୀଳକଣ୍ଠେଶ୍ବର ଯୋଗ କେନ୍ଦ୍ର ପକ୍ଷରୁ ଯୋଗ ଗୁରୁ ରାଜେନ୍ଦ୍ର କୁମାର ସାହୁ ଯୋଗ ପ୍ରଶିକ୍ଷଣ  ପ୍ରଦାନ କରିଥିଲେ। ଦୈନ ଦିନ ଏହି ଯୋଗ ଶିବିର ସକାଳ ପ୍ରାୟ ସାଢେ ୬ଘଣ୍ଟ ସମୟ ଠାରୁ  ଆରମ୍ଭ ହୋଇ ପ୍ରାୟତଃ ଆଠ ଘଣ୍ଟ ସମୟରେ ଶେଷ ହୋଇଛି।
ଶରୀର ରୁ ରୋଗ ହରଣ କରିବା ପାଇଁ ନିୟମିତ ଭାବରେ ଯୋଗ ମାଧ୍ୟମ ରେ ଡାଇବେଟସି, ବ୍ଳଡପ୍ରେଶର, ଲିଭର,ଥାଇରଡ, ଆଣ୍ଠୁ ଗଣ୍ଠି ବାତ ଭଳି ଅନେକ ପ୍ରକାର ରୋଗ ରୁ ଯଥା ସୂର୍ଯ୍ୟ ନମସ୍କାର,ବଜ୍ରାଶନ,ବକ୍ରାଶନ,ମର୍କଟାସନ,ନୌକାଶନ,ପଦ୍ମାଶନ  ଅଗ୍ନଶାର ଆଦି ରହିଛି। ପ୍ରାଣାୟମ ରେ କପାଳଭାତି, ଅନୁଲୋମ ବିଲମ,ଭ୍ରମରୀ,ଧ୍ୟାନ ଭଳି ଅନେକ ପ୍ରକାର ପ୍ରାଣାୟମ କରି ଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନୀଳକଣ୍ଠେଶ୍ବର ଯୋଗ କେନ୍ଦ୍ର ପକ୍ଷରୁ ଯୋଗ ଦିବସ ପାଳନ ଅବସରରେ ପ୍ରାୟ ପଚାଶ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗ ଶିକ୍ଷା ନିମନ୍ତେ ଆସିଥିବାଲେ।
ମାନସିକ ଓ ଶାରୀରିକ ଦୃଷ୍ଟି କୋଣରୁ ପ୍ରତି ଦିନ କର ଯୋଗ ରୁହ ନିରୋଗ ବୋଲି ଗୁରୁ ରାଜେନ୍ଦ୍ର କୁମାର ସାହୁ ଯୋଗ କେନ୍ଦ୍ର ରେ ମତବ୍ଯକ୍ତ କରିଥିଲେ।
ଆଜି ଏହି କାର୍ଯ୍ୟକ୍ରମରେ ଦେବଦୁର୍ଲଭ ସାହୁ,ପ୍ରଦୀପ କୁମାର ପାତ୍ର,ସାମ୍ବାଦିକ ସିମାଞ୍ଚଳ ସାହୁ, ନିଳାଞ୍ଚଳ ସାହୁ,ବିଦ୍ୟାଧର ପାଢୀ, ଦ୍ବାରିକା ମହାନ୍ତି, ଆନନ୍ଦ ଗୌଡ, କୃଷ୍ଣ ଚନ୍ଦ୍ର ଦଳେଇ,  ରିଙ୍କୁ ମହାରଣା,ରାକେଶ ପଟ୍ଟନାୟକ,ଦିଲ୍ଲୀପ କୁମାର ପାଢୀ, ସନ୍ତୋଷ ସାହୁ, ସନ୍ତୋଷ ବେହେରା, ସସ୍ମୀତା ସାହୁ, ସବିତା ସାହୁଙ୍କ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।
Leave A Reply

Your email address will not be published.