Odisha news

ପୁଲିସ ହାଉସିଂ ୱେଲଫେୟାର ନିଗମ ଡିଜିଏମଙ୍କ ଘରେ ଭିଜିଲାନ୍ସ ଚଢଉ କିଲେ ସୁନା, ଏକାଧିକ କୋଠା ଓ ପ୍ଲଟ ଠାବ

0
ବ୍ରହ୍ମପୁର,୧୮।୧୧: ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର ନିଗମ(ଓପିଏଚଡବ୍ଲ୍ୟୁସି)ର ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟର ଡିଜିଏମ ଇଂ ସୁବାଷଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି ା  ତାଙ୍କ ଘରୁ ୧ କିଲୋ ସୁନା ଅଳଙ୍କାର ସହ ନଗଦ ୧୩ ଲକ୍ଷ ଟଙ୍କା ଠାବ କରାଯାଇଛି ା ସେହିପରି ଇଂ ପଣ୍ଡାଙ୍କ ନାମରେ ବ୍ରହ୍ମପୁର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏକାଧିକ କୋଠା ଓ ୪ ଟି ଦାମୀ ପ୍ଲଟ ଠାବ କରାଯାଇଛି ା ସୂଚନାପ୍ରକାରେ, ୨୦୨୨ରୁ ଓପିଏଚଡବ୍ଲ୍ୟୁସି ବ୍ରହ୍ମପୁର ଡିଭିଜନରେ ଡିଜିଏମ(ସିଭିଲ) ଭାବେ କାର୍ଯ୍ୟ କରୁଥିବା ଇଂ ପଣ୍ଡାଙ୍କ ନାମରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ବର ଭିଜିଲାନ୍ସ ଅଦାଲତ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ ା ସେହିକ୍ରମରେ ଆଜି ସକାଳୁ ଭିଜିଲାନ୍ସର ୫ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏକାଧିକ ଟିମ ବ୍ରହ୍ମପୁର ଓ ଭୁବନେଶ୍ବରର ୪ଟି ସ୍ଥାନରେ ଆଜି ସକାଳୁ ଏକକାଳୀନ ଚଢଉ କରିଥିଲେ ା ବ୍ରହ୍ମପୁରର ମେଡିକାଲ ବ୍ୟାଙ୍କ କଲୋନୀ ପ୍ରଥମ ଲାଇନରେ ଥିବା ଓପିଏଚଡବ୍ଲ୍ୟୁସି କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ଟିମ ପହଞ୍ଚି କାଗଜପତ୍ର ଯାଞ୍ଚ କରିଥିଲେ ା ସେହିପରି ବ୍ରହ୍ମପୁର ଖାରବେଳନଗର ଠାରେ ନେଇଥିବା ଭଡାଘରେ ଭିଜିଲାନ୍ସର ଆଉ ଏକ ଟିମ ଚଢଉ କରିଥିଲା ା ଭିଜିଲାନ୍ସର ଅନ୍ୟାନ୍ୟ ଟିମ୍ ଭୁବନେଶ୍ବର ଆଇଗିଣିଆ ଶଙ୍କରପୁର ମହାଦେବ ବିହାର ଠାରେ ଥିବା ଟିମ ଇଂ ପଣ୍ଡାଙ୍କ ବାସଭବନ, ମଞ୍ଚେଶ୍ବର ରାମଗଡ ସାହି ବରିମୁଣ୍ଡା ସ୍ଥିତ ପୈତୃକ ବାସଭବନରେ ଚଢଉ କରିଥିଲେ ା ଚଢଉ ବେଳେ ଇଂ ପଣ୍ଡାଙ୍କ ଘରୁ ୧ କିଲୋ ସୁନା ଅଳଙ୍କାର ନଗଦ ୧୩ ଲକ୍ଷ ଟଙ୍କା ଜବତ ହୋଇଥିଲା ା ତେବେ ଭିଜିଲାନ୍ସ ଟିମକୁ ଦେଖି ଇଂ ପଣ୍ଡା ନଗଦ ୧୦ ଲକ୍ଷ ଟଙ୍କା ପଡୋଶୀ ଘରକୁ ଫିଙ୍ଗି ଦେଇଥିଲେ ା ଭିଜିଲାନ୍ସ ଅଧିକାରୀମାନେ ପଡୋଶୀ ଘରକୁ ଯାଇ ଉକ୍ତ ଟଙ୍କା ଜବତ କରିବା ସହ ଇଂ ପଣ୍ଡାଙ୍କ ଘରୁ ଆଉ ୩ ଲକ୍ଷ ଟଙ୍କାକୁ ମିଶାଇ ମୋଟ ୧୩ ଲକ୍ଷ ଜବତ କରିଥିଲେ ା ଇଂ ପଣ୍ଡା ଓ ତାଙ୍କ ପରିବାର ଲୋକଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ୪ଟି ଦାମୀ ପ୍ଲଟ, ଏକ ୩ ମହଲା କୋଠା, ଗୋଟିଏ ୨ ମହଲା କୋଠା, ୨ଟି ଦାମୀ କାର, ବ୍ୟାଙ୍କ ଜମାକୁ ଭିଜିଲାନ୍ସ ଟିମ ଠାବ କରିଛି ା ଭିଜିଲାନ୍ସ ଇଂ ପଣ୍ଡାଙ୍କୁ କାବୁ କରି ପଚରାଉଚରା ଚଳାଇଥିବା ବେଳେ କିଛି ସ୍ଥାନରେ ଏବେବି ଚଢଉ ଜାରି ରଖିଛି ା ପ୍ରକାଶଥାଉକି, ୨୦୧୦ରେ ଇଂ ପଣ୍ଡାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା ା ହେଲେ ଉଚ୍ଚ ନ୍ୟାୟାଳୟରେ ସେ ମାମଲା ଲଢି ପୁଣିଥରେ ଚାକିରିରେ ଯୋଗ ଦେଇଥିଲେ ା ଓପିଏଚଡବ୍ଲ୍ୟୁସି ବ୍ରହ୍ମପୁର କାର୍ଯାଳୟରେ ଇଂ ପଣ୍ଡା ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ନିକଟରେ ଡିଜିଏମ ଭାବେ ପଦୋନ୍ନତି ହୋଇଥିଲା

Leave A Reply