Odisha news

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ କବି ଦିଲୀପ ଦାସଙ୍କ ଜୟନ୍ତୀ ପାଳନ

0
ବ୍ରହ୍ମପୁର, ତା ୧୫।୬।୨୨ ଉତ୍କଳ ଆଶ୍ରମ ପରିସରରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କବି ଦିଲୀପ ଦାସଙ୍କ ୮୧ତମ ଜୟନ୍ତୀ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି, ପୂର୍ବତନ କୁଳପତି ଡକ୍ଟର ମନ୍ମଥ ପାଢ଼ୀ,ଅତିଥି ଭାବେ  ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି ପ୍ରଶାନ୍ତ ମିଶ୍ରଙ୍କ ସହ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ ଯୋଗ ଦେଇଥିଲେ। ଦଣ୍ଡପାଣି ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଫେସର ବିଦ୍ୟୁତ ପ୍ରଭା ସାହୁ ପରିଚାଳନା କରିଥିଲେ। ଏହି ଅବସରରେ
“ଏକ ଅନ୍ତାସକ୍ତ ଆକଳନ” ଓ “ତୁଳନାତ୍ମକ ସାହିତ୍ୟ ସଂଚୟନ”ଦୁଇଟି ପୁସ୍ତକ ଲୋକାର୍ପଣ କରାଯାଇଥିଲା। କୋଷାଧ୍ୟକ୍ଷ କବି ପ୍ରମୋଦ କୁମାର ପଣ୍ଡା, ମ୍ୟାଜେର ରମାରମଣ ପାଢ଼ୀ, ଡ଼.ଭଗବାନ ଗୌଡ଼, ରୋହିତ କୁମାର ବାରିକ, ପ୍ରଶାନ୍ତ ମହାନ୍ତି, ସନ୍ତୋଷ ଦାସ, କୈଳାଶ ଚନ୍ଦ୍ର ତ୍ରିପାଠୀ, ସୁଶାନ୍ତ ଦାସ, ସୁରେଶ ଚନ୍ଦ୍ର ପଣ୍ଡା, ବିଧୁପ୍ରଭା ରଥ, ଡ଼.ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବନମାଳୀ ପାଣିଗ୍ରାହୀ, ଗୌର ଷଡଙ୍ଗୀ, ଲିଙ୍ଗରାଜ ନାହାକ, କୁଳମଣି ଓଝା, ରଚନା ପାଢି,ଉପସଭାପତି ଡାକ୍ତର ଗୌରାଙ୍ଗ ଚରଣ ରାଉତ ଓ ଦାସଙ୍କ ପୁତ୍ର ସ୍ୱାଗତ ଓ ବଧୂ ମନୀଷାଙ୍କ ସହ ସମ୍ମିଳନୀର ସଦସ୍ୟ
ପ୍ରମୁଖ ଯୋଗଦେଇଥିଲେ । ଡକ୍ଟର ହୃଷିକେଶ ମଲ୍ଲିକଙ୍କୁ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ତରଫରୁ  ସ୍ମୃତି ସମ୍ମାନ ସହ ଦଶ ହଜାର ଟଙ୍କା ପ୍ରଦାନ କରାଯାଇ ଥିଲା।
IEC 2 years
Leave A Reply