Odisha news

ଓଡିଶାର ଦୁଇ ଜଣ ପ୍ରତିଯୋଗୀ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଯୋଗ ଦେବେ

0
ବ୍ରହ୍ମପୁର  (୭-୬-୨୨) ହରିଆନା ର ପଞ୍ଚଗୋଲା ଠାରେ ଚଳିତ ମାସ ଆସନ୍ତା ୯’ତାରିଖ ଠାରୁ ଆରମ୍ଭ ହୋଇ ୧୩’ତାରିଖ ରେ ଶେଷ ହେବ। ତୃତୀୟ ମହିଳା ଓ ପୁରୁଷ
ଯୁବ ‘ଖେଲୋ ଇଣ୍ଡିଆ’ ଜାତୀୟ ପ୍ରତିଯୋଗିତା ରେ ଓଡିଶାର ଦୁଇ ଜଣ ପ୍ରତିଯୋଗୀ ଓ ଦୁଇ ଜଣ ଅଫିସିଆଲ ରହି ଛନ୍ତି। ଏହି ଜାତୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଦୁଇ ଜଣ ହେଲେ ଅନ୍ତର୍ଯ୍ୟାମୀ ବେହେରା ୫୬-ରୁ ୬୦ ପୁରୁଷ ଓ ଏନ ବୀଣାପାଣି ପାତ୍ର ୬୫ ରହି ଛନ୍ତି। ଅଫିସିଆଲ ଭାବେ ଜାତୀୟ ରେଫ୍ରୀ ତଥା କୋଚ ଶିଶିର କୁମାର ପାଣିଗ୍ରାହୀ ଓ ଓଡିଶା ବକ୍ସିଂ ଫେଡ୍ରରସନ ର ସମ୍ପାଦକ ଅନିଲ କୁମାର ବହିଦାର ପ୍ରମୁଖ ପଞ୍ଚଗୁଲା ଅଭିମୁଖେ ଯାତ୍ରା କରିଛନ୍ତି।  ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ର ଏହି
ଦୁଇ ଜଣ ପ୍ରତିଯୋଗୀ ଜାତୀୟ ରେଫରି ଶିଶିର କୁମାର ପାଣିଗ୍ରାହୀ ଙ୍କ ଠାରୁ ବ୍ରହ୍ମପୁର ଷ୍ଟାଡିୟମ ଠାରେ ତାଲିମ ନେଇଥିଲେ।ଓଡିଶା ଆରମିଚର ବକ୍ସିଂ ସମ୍ପାଦକ ତଥା ଜାତୀୟ ବକ୍ସଂ ଫେଡ୍ରରସନ ଉପ ସଭାପତି ଅନିଲ ବହିଦାର ପରିଚାଳନା କରିବେ ବୋଲି ସଂପାଦକ କେ ପ୍ରଭାକର ରାଓ ସୂଚନା ଦେଇଛନ୍ତି। ଜିଜିଏଏ ର ସଂପାଦକ ଅଶୋକ ସାହୁ, ଲଡୁ କିଶ୍ବର ସାହୁ, ଶିବ ରାମ ପାତ୍ର,ଅଧିପ ଦାସ, ଓ ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ପ୍ରମୁଖ ସୁଭେଛା ଜଣାଇଛନ୍ତି।
Leave A Reply

Your email address will not be published.