Odisha news

ବିଜେପି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସଦସ୍ୟତା ଅଭିଯାନ ୨୦୨୪  କର୍ମଶାଳା

0
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ଚୈ‌‌।ଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଦସ୍ୟତା ଅଭିଯାନ ୨୦୨୪  କର୍ମଶାଳା
 ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ସଦସ୍ୟତା ଅଭିଯାନ ଗୋସାଇଁନୂଆଗାଁ ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ ପ୍ରମୁଖ ଯୋଗ ଦେଇ ମାର୍ଗ ଦର୍ଶନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ନିବେଦିତା ପାଢ଼ୀ, ସୁଶିଳା ମଲ୍ଲିକ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବର୍ଷା ବିଦ୍ୟୁସ୍ମିତା, ମୋନିତା ଦାସ, ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ, ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପିତବାସ ପଣ୍ଡା, ବିଶିଷ୍ଟ ସମାଜସେବୀ ତଥା ବିଜେପି ନେତା ଲଳିତ ମଙ୍ଗରାଜ ପ୍ରମୁଖଙ୍କ ସମେତ ମଣ୍ଡଳ ପଦାଧିକାରୀ ଏବଂ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କର୍ମଶାଳା ପ୍ରାରମ୍ଭରେ ମଣ୍ଡଳ ସାଧାରଣ ସମ୍ପାଦକ ମୋନଜ ପାଢ଼ୀ ଅତିଥି ପରିଚୟ ପ୍ରଦାନ ସହ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇଥିଲେ ଏବଂ କର୍ମଶାଳା ଶେଷରେ ମଣ୍ଡଳ ଉପସଭାପତି ରବି ନାରାୟଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।
IEC 2 years
Leave A Reply