ବ୍ରହ୍ମପୁର :୨୨।୮ ଚିକିଟି ମଦ ପିଇ ବହୁ ଆକ୍ରାନ୍ତ ହୋଇ ଆସସ୍ଥ ହୋଇ ଥିବା ବେଳେ ଏହି ଘଟଣା କୁ ନେଇ ରାଜ୍ୟ ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ବ୍ରହ୍ମପୁର ବଡ଼ ମେଡିକାଲ ରେ ପହଞ୍ଚି ପିଡୀତ ମାନଙ୍କ ଅବସ୍ଥା ପଚାରି ବୁଝି ଥିଲେ। ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ଘଟଣାରେ ପୁଖାନପୁଖ ସମିକ୍ଷା କରି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆରଡିସି ସ୍ତରୀୟ ତଦନ୍ତ ହେବ। ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟ ରେ ଚାରା ଦେଶୀ ମଦ ଭାଟି ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିବେ। ରାଜ୍ୟ ରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଭଞ୍ଜ ନଗର,ଖଲ୍ଲିକୋଟ,ଖେମଣ୍ଡି ଓ ଚିକିଟି ଅଞ୍ଚଳ ସମେତ ରାଜ୍ୟ ରେ ୨୧୭ ଦେଶୀ ମଦ ଭାଟି ରହିଛି ତାକୁ ବୁଲଡୋଜର ଲଗାଇ ଭଙ୍ଗା ଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।ଗଞ୍ଜାମ ଜିଲ୍ଲା ଚିକିଟି
ବ୍ଳକ କାରବାଲୁଆ ଗ୍ରାମର ମାହୁନ୍ଦପୁର ଗ୍ରାମ ରେ ମଦ ପିଇଥିଲେ। ମଦ୍ୟପାନ କରି ଘରକୁ ଫେରିଥିଲେ।
ପରେ ସେମାନଙ୍କ ପେଟ ବ୍ୟଥା,ମୁଣ୍ଡ ଘୁରାଇବା,ବାନ୍ତି ଭଳି ଅବସ୍ଥା ହୋଇ ଯାଇଥିଲେ। ପରେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କ ଅବସ୍ଥା ଦେଖୀ ପରିବାର ପକ୍ଷରୁ
ଚିକିଟି ମେଡିକାଲକୁ ନେଇ ଚିକିତ୍ସା କରିଥିବା ବେଳେ ସେଠାରୁ ଡାକ୍ତର ପ୍ରାଥମିକ ଚିକତ୍ସା ବେଳେ ୧୪ ଜଣ ବ୍ୟକ୍ତି ଗୁରତର ଅବସ୍ଥା ଦେଖି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ କୁ ପଠାଇ ଦେଇ ଥିଲେ। ଅସୁସ୍ଥ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇ ଥିବା ବେଳେ ଜୁର ବେହେରାଙ୍କ ଗତକାଲି ମଧ୍ୟରାତ୍ରିରେ ମୃତ୍ୟୁ ହୋଇ ଥିବା ବେଳେ ଲୋକନାଥ ବେହେରା ଓରଫ ମାଲର ଚିକିତ୍ସା ଧିନ ଅବସ୍ଥା ରେ ମୃତ୍ୟୁ ହୋଇ ଥିବା ଜଣାପଡିଛି। ଅନ୍ୟମାନଙ୍କ ଜେନାପୁର ଓ କରବାଲୁଆ ଗ୍ରାମ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିଷାକ୍ତ ମଦ ପିଇ ୧୨ ରୁ ଊଦ୍ଧ ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସା ଧିନ ରହି ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ପ୍ରମୁଖ ପହଞ୍ଚି ପିଡୀତ ମାନଙ୍କ ଅବସ୍ଥା ପଚାରି ବୁଝିଥିଲେ।
ମାହୁନ୍ଦପୁର ନିକଟ ଜଙ୍ଗଲରେ ନକଲି ଦେଶୀ ମଦ ପ୍ରସ୍ତୁତ କରି ଚିକିଟି ଆଖପାଖ ଅଞ୍ଚଳକୁ ଯୋଗାଇ ଆସୁଥିବା ବେଳେ ଏହିଭଳି ଘଟଣା ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ଚୋରା ମଦ ବିକ୍ରି ହେଉଥିବା ଅନେକ ସମୟରେ ଧରା ଯାଉଥିଲା। ଏହି ଚୋରା ଦେଶୀ ମଦ ପିଇବା ନିମନ୍ତେ ସନ୍ଧ୍ୟା ହେଲେ ଯୁବ ପିଢ଼ିଙ୍କ ଗହଳି ଜମୁଛି ବୋଲି ଘଟଣାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ସମସ୍ତ ଙ୍କୁ ଚିକିତ୍ସା କରାଯାଉଛି ଓ ଆସିୟୁ ରେ ଭର୍ତ୍ତି ହୋଇ ଥିବା ରୋଗୀଙ୍କ ଚିକିତ୍ସା ଜାରି ରହିଛି ବୋଲି ମେଡିକାଲ ଅଧ୍ୟକ୍ଷା ପ୍ରଫେସର ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ବହୁ ଦେଶୀ ମଦ ଖୋଲା ଖୋଲି ଭାବେ ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉ ଥିବା ବେଳେ ମଦ ମାଫିଆମାନେ ଏହି ଭଳି କରି ଅବକାରୀ ବିଭାଗ ଓ ପୋଲିସ କୁ ଖୋଲା ଖୋଲି ଚାଲେଞ୍ଜ କରି ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅବକାରୀ ବିଭାଗ ଜାଣତରେ ବହୁ ଦେଶୀ ମଦ ଭାଟି ପରିଚାଳିତ ବୋଲି ଚର୍ଚ୍ଚା ହୋଉଛି। ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇ ଥିଲା ୨୦୦୬ ମସିହାରେ ଗଞ୍ଜାମ ଜିଲ୍ଲା ର ଗୋଳାବନ୍ଧ ଓ ରମ୍ଭା ଅଞ୍ଚଳ ରେ। ମଦ ପିଇ ବହୁ ଜଣକ ମୃତ୍ୟୁ ହୋଇ ଥିବା ବେଳେ ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟ ରେ ଚହଳ ପକାଇଥିଲା। ଏହି ଭଳି ଘଟଣା ହେବା ପୂର୍ବରୁ ଜିଲ୍ଲା ରେ ଥିବା ମଦ ଭାଟି ଗୁଡ଼ିକର ମଦର ମାନ ଯାଞ୍ଚ କରା ଯାଉ ନାହିଁ ବୋଲି ଏହି ଭଳି ପରିସ୍ଥିତି ଉପୁଜି ଥିବା ଆଶଙ୍କା କରା ଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
