ଵ୍ରହ୍ମପୁର , ୩୦/୫ – ଛାତ୍ରୀଙ୍କୁ ଅସଦାଚାରଣ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମର ମହେଶ୍ୱର ସାବତଙ୍କୁ ଗିରଫ କରିଛି। ମହେଶ୍ୱର ବିବାହିତ ଥିବା ବେଳେ ସେ ବର୍ତ୍ତମାନ ଲୋଚାପଡ଼ାର ଅଞ୍ଚଳରେ ରହି ଅଟୋ ଚଳାଉଛନ୍ତି । ରବିବାର ପୋଲିସ ଲୋଚାପଡ଼ାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ମହେଶ୍ୱରଙ୍କୁ ଗିରଫ କରିଥିଲା । ମାମଲା ନଂ ୧୬୩/୨୨ରେ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ ଗତ ୨୫ ତାରିଖରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଗୋକନେଶ୍ୱର ମନ୍ଦିରରେ ଏକ ଭୋଜି କାର୍ଯ୍ୟକ୍ରମ ରହିଥିଲା । ଭୋଜି କାର୍ଯ୍ୟ ସରିବା ପରେ ପିଢ଼ିତା ଓ ନାବାଳିକାଙ୍କ ମା’ ଉକ୍ତ ମନ୍ଦିରକୁ ସଫେଇ କରିବା ନିମନ୍ତେ ଆସିଥିଲେ । ଏହି ସମୟରେ ଅଭିଯୁକ୍ତ ମହେଶ୍ୱର ସେଠାକୁ ଆସି ନାବାଳିକାଙ୍କୁ ଟାଣାଓଟରା କରିଥିଲା । ଏହା ସହ ଏହି ବିଷୟରେ କାହାରିକି କହିଲେ ଜୀବନରେ ମାରିଦେବା ନିମନ୍ତେ ସେ ଛତ୍ରୀଙ୍କୁ ଧମକ ଦେଇଥିଲା । ପରେ ଘଟଣା ସମ୍ପର୍କରେ ପିଢ଼ିତା ଜଣଙ୍କ ତାଙ୍କ ମା’ଙ୍କୁ କହିଥିଲେ । ପରେ ପିଡ଼ିତାଙ୍କ ବାପା ବୈଦ୍ୟନାଥପୁର ଥାନରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଏସଂକ୍ରାନ୍ତରେ ମ ୧୬୩/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା ।
