Odisha news

ବଡ ମେଡିକାଲ ଖେଳ ପଡ଼ିଆରୁ ଜବର ଦଖଲ ଉଛେଦ କଲେ ମେଡିକାଲ କତୃପକ୍ଷ

0
ବ୍ରହ୍ମପୁର : ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ହସପିଟାଲର ଖେଳ ପଡ଼ିଆରୁ ଦୀର୍ଘ ଦିନ ଧରି ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଜବର ଦଖଲ କରି ରଖି ଥିବା ବେଳେ ଉଛେଦ ନେଇ ଦାବୀ କରି ଆସୁଥିଲେ। ଆଜି ସକାଳେ ମେଡିକାଲ କତୃପକ୍ଷ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜବରଦଖଲ ଉଚ୍ଛେଦ ହୋଇଛି। କିଛି ବର୍ଷ ହେବ ଖେଳ ପଡିଆ ପରିସରରେ ଫିଜିକାଲ ଏକାଡେମୀ ଓ ଦୁଇ କ୍ରିକେଟ କ୍ଲବ ପକ୍ଷରୁ ଅନଧିକାର ପ୍ରବେଶ କରି ନିଜର ବିଭିନ୍ନ କାର୍ଯ୍ୟକଳାପ କରି ଆସିଥିଲେ। ଏହାକୁ ନେଇ ବହୁ ବାର ଏମକେସିଜି ମେଡିକାଲ୍ ଛାତ୍ର ସଂଘ ପକ୍ଷରୁ ଉପରୋକ୍ତ ସଂସ୍ଥା ଗୁଡିକୁ ପଡ଼ିଆରୁ ବାହାର କରିବାକୁ ଦାବି ହୋଇଥିଲେ। ଅଭିଯୋଗ କ୍ରମେ ମେଡିକାଲ କର୍ତ୍ତୃପକ୍ଷ ବାରମ୍ବାର ଉକ୍ତ ସଂସ୍ଥା ଗୁଡ଼ିକୁ ନୋଟିସ କରୁଥିଲେ। ଏହା ପରେ ମଧ୍ୟ ସଂସ୍ଥା ପକ୍ଷରୁ ଖେଳ ପଡିଆ ଛାଡ଼ିବା ନା ଧରୁଥିଲେ। ଯାହାକୁ ନେଇ ମେଡିକାଲ୍ କଲେଜ କତୃପକ୍ଷ ମଙ୍ଗଳବାର କୋଠାର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଉପରୋକ୍ତ ୩ଟି ସଂସ୍ଥାକୁ ମେଡିକାଲ୍ ଖେଳ ପଡ଼ିଆରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଜବରଦଖଲ ଉଚ୍ଛେଦ ବେଳେ ୧୦ଟି ଶୌଚାଳୟର ତାଲା ଭଙ୍ଗା ଯାଇ ମେଡିକାଲ ପ୍ରଶାସନ ପକ୍ଷରୁ ଉକ୍ତ ଶୌଚାଳୟ ଗୁଡ଼ିକ ନିଜ ଅଧିନକୁ ଅଣାଯାଇଛି।
 ଖେଳପଡିଆ ମଧ୍ୟରେ ଥିବା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏକ କୋଠାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଭାଙ୍ଗିଯାଇଛି। ସେହିପରି ପଡିଆ ପରିସରରେ ଥିବା ଏକ ଭଲିବଲ କୋର୍ଟ ଓ ଦୁଇଟି କ୍ରିକେଟ ପିଚ୍ ମଧ୍ୟ ଭଙ୍ଗା ଯାଇଥିଲା। ଏହି ସମୟରେ ଏମକେସିଜି ମେଡିକାଲ କଲେଜ ଭାରପ୍ରାପ୍ତ ଡିନ ପ୍ରଫେସର୍ ଡ଼ା. ସୁଚିତ୍ରା ଦାଶ, ରେଜିଷ୍ଟ୍ରାର ସଂଗ୍ରାମ ଶେଖର ପଣ୍ଡା, ମାଜିଷ୍ଟ୍ରେଟ ଭାବେ ବ୍ରହ୍ମପୁର ଅତିରିକ୍ତ ତହସିଲଦାର ହୃଷୀକେଶ ପଣ୍ଡା, ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ କୁଳମଣୀ ଏକା, ବୈଦ୍ୟନାଥପୁର ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ଓ ମେଡିକାଲ ପିଜି ଛାତ୍ର ସଂଘର ସଭାପତି କୃଷ୍ଣ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ  ବିଭାର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ମେଡିକାଲ୍ କଲେଜ କତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ମେଡିକାଲ ଛାତ୍ର ସଂଘ ପକ୍ଷରୁ ସ୍ବାଗତ କରାଯାଇଛି ।
IEC 2 years
Leave A Reply