Odisha news

ଏମକେସିଜିରେ ହାୱଡା ଜିଲ୍ଲା ଉଲବେରିଆ ଉପଖଣ୍ଡିୟ ବିପର୍ଯ୍ୟୟମ ପରିଚାଳନା ଅଧିକାରୀ : ଆହତ ଯାତ୍ରୀଙ୍କୁ ପଶ୍ଚିମବଙ୍ଗ ନେବା ପ୍ରକ୍ରିୟା ଅରମ୍ବ

0

ଵ୍ରହ୍ମପୁର , ୨୬/୫- କଳିଙ୍ଗା ଘାଟିରେ ଗତ ୨୪ ତାରିଖ ବିଳମ୍ବିତ ରାତ୍ରରେ ଟ୍ୟୁରିଷ୍ଟ ବସ୍‌ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ଆହତଙ୍କୁ ଭଞ୍ଜନଗର ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ମୃତକଙ୍କ ମରଶରୀର ପଶ୍ଚିମବଙ୍ଗ ନିଆଯାଇଥିବା ବେଳେ କେତେକ ଚିକିତ୍ସା ହୋଇ ଘରକୁ ଫେରିଥିଲେ । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଗୁରୁତର ଆହତଙ୍କୁ ଗୁରୁବାର  ପଶ୍ଚିମବଙ୍ଗର ଏକ ଟିମ୍ ଆସି ସ୍ଵାସ୍ଥ୍ୟବସ୍ଥା ଦେଖିଛନ୍ତି । ଜିଲ୍ଲା ପ୍ରଶାସନ ଓ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କୁ ପଶ୍ଚିମବଙ୍ଗ ନେବାକୁ ନିଷ୍ପତି ନେଇଥିଲେ। ହାୱଡା ଜିଲ୍ଲା ଉଲବେରିଆ ଉପଖଣ୍ଡିୟ ବିପର୍ଯ୍ୟୟମ ପରିଚାଳନା ଅଧିକାରୀ ଲକ୍ଷ୍ମୀକାନ୍ତ ଦେ ଓ ହାଓ୍ବାଡା ଡିଏସ୍‌ପି ସୁବ୍ରତ ଭୌମିକ୍ ପୂର୍ବାହ୍ନରେ ଆସି ଏମ୍‌କେସିଜିରେ ପହଞ୍ଚିଥିଲେ।

ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ଭିଭାସମ୍, ସହାୟକ ଜିଲ୍ଲାପାଳ ବିଦୋନ ବେହେରା, ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ଚରଣ ପଣ୍ଡା, ପ୍ରଫେସର ଡା.ଏସ୍ ବି ଦାଶଙ୍କ ସହ ବହୁ ଅଧିକାରୀଙ୍କ ସହ ଆହତଙ୍କୁ ଭେଟିଥିଲେ। ଆହତ ମାନେ ଓଡ଼ିଶାର ଚିକିତ୍ସା ବ୍ୟବସ୍ଥା ଏବଂ ସେମାନଙ୍କ ପ୍ରତି ପ୍ରଶାସନର ଦାୟିତ୍ବବୋଧତାକୁ ନେଇ ପଶ୍ଚିମବଙ୍ଗର ଅଧିକାରୀ ମାନଙ୍କୁ କହିଥିଲେ। ଆହତ ଲାଲ୍‌ ଦେନ୍ତେ, ରାଜେଶ ଦେନ୍ଦ୍ର, ଅମିତ ପାତ୍ର, ସୋମା ପାତ୍ର, ଆଦର୍ଶ ପାତ୍ର, ଦିନବନ୍ଧୁ ମାନ୍ନା ଓ ତାଙ୍କ ଝିଅ ମେଘୁଲୁ ମାନ୍ନା, ଡ୍ରାଇଭର ସାଧୁର ରାଜୁ ଖାନ, ଉଜ୍ଜଳ ଦେବେ, ଅର୍ପଣ ଡେନ୍ଦ୍ର, ଅରିନ୍ଦମ ଦେନେ, ଉତ୍ତରା ଦେନେ, ବାବୁଲା ଦେ, ଶ୍ୟାମାଳୀ ଦେନ୍ଦ୍ରଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟବସ୍ଥା ପଚାରି ଦେନେ, ବାବୁଲା ଦେନେ, ଶ୍ୟାମାଳୀ ଦେନ୍ଦ୍ରଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଆହତ ମାନେ ନିଜର ସମସ୍ୟା କହିବା ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଜଣାଇଥିଲେ।

ଏଠାରେ ମୁଳୁଥିବା ସହଯୋଗ ସମ୍ପର୍କରେ ଜଣାଇଥିଲେ । ଅପରାହ୍ନରେ ପଶ୍ଚିମବଙ୍ଗରୁ ଆସିଥିବା ଦୁଇ ଅଧୁକାରୀ, ସହକାରୀ ଜିଲ୍ଲାପାଳ ବିନୋଦ ବେହେରା ଏବଂ ହସ୍ପିଟାଲ୍ ମ୍ୟାନେଜର ଅମିତାଭ ମହାନ୍ତି ଆହତଙ୍କୁ ଭେଟି କେଉଁ ମାନେ କୋଲକାତା ଯିବାକୁ ଚାହୁଁଛନ୍ତି ପଚାରି ବୁଝିଥିଲେ । ଦିନବନ୍ଧୁ ମାନ୍ନାଙ୍କ ଝିଅ ମେଗୁଲୁଙ୍କ ଜରୁରୀ ଅସ୍ତ୍ରୋପଚାର ଥିବାରୁ ଉଭୟ ବାପା ଓ ଝିଅ ଏଠାରେ ରହିଥିଲେ । ସେହିପରି ଡ୍ରାଇଭର ସାଧୁ ରକୁ ଖାନ୍‌ର ଅସ୍ତ୍ରୋପଚାର ଥିବାରୁ ସେ ଏଠାରେ ହିଁ ଥିଲେ । ଅନ୍ୟ ୧୨ଜଣଙ୍କୁ କୋଲକାତା ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ବିଭାସନ ହସ୍ପିଟାଲ୍‌ରେ ପହଞ୍ଚି ସେମାନଙ୍କୁ ବିଦାୟ ଦେଇଥିଲେ। ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଓ ବସ୍‌ର ବ୍ୟବସ୍ଥା କରାଯାଇଥିଲା।

Leave A Reply