Odisha news

ଜାତୀୟ ରାଜପଥରେ କାର ଧକ୍କା, ଗାଈ ମୃତ

0

ଵ୍ରହ୍ମପୁର ୨୬/୫-  ଗୁରୁବାର ଜାତୀୟ ରାଜପଥ ଇସ୍କନ ମନ୍ଦିର ରାସ୍ତାରେ ଏକ କାର  ଦୁର୍ଘଟଣାଗ୍ରସ୍ଥ ହୋଇଛି।ଏଥିରେ ଏକ ଗାଈର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଡ୍ରାଇଭର ସମେତ ୩ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜାତୀୟ ରାଜପଥ ପେଟ୍ରୋଲିଂ ଟିମ ରାସ୍ତାରୁ ଗାଇଟିକୁ ଉଠାଇ ନେଇଥିଲେ। ଅନ୍ୟପଟେ ଟ୍ରାଫିକ ପୋଲିସ ଦୁର୍ଘଟଣା ପରେ ଚୁରମାର ହୋଇଥିବା କାରଟିକୁ ଥାନାକୁ ନେଇଥିଲା।  ପ୍ରକାଶ ଯେ, କାର ଚାଳକ ବାବୁଲା ଗୌଡ଼ ନିଜର ଗାଡି ନମ୍ବର ଓଡ଼ି ୦୨ ବିଏଲ -୫୬୭୮ରେ ପୁରୁଷୋତ୍ତମପୁର ବୁଢାଆମ୍ବରୁ ଦୁଇଜଣ ଲୋକଙ୍କୁ ନେଇ ଚିକିତ୍ସା ପାଇଁ ବିଶାଖାପାଟଣା ଅଭିମୁଖେ ଯାଥିଲେ। ଉକ୍ତ କାର ଭିତରେ ଚାଳକ ବ୍ୟତୀତ କାହ୍ନ ରାଉଳ ଓ ହରିଷ ପାତ୍ର ବସିଥିଲେ। ଜାତୀୟ ରାଜପଥରେ ଅତି ବେଗରେ ଯାଉଥିବା କାର ପ୍ରଥମେ ଏକ ଗାଈକୁ ଧକ୍କା ଦେଇଥିଲା। ପରେ ନିକଟସ୍ଥ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଯାହାଫଳରେ ବିଦ୍ୟୁତ ଖୁଣ୍ଟଟି ଦୁ ଇ ଗଡି ହୋଇଯାଇଥିଲା। ପରେ ରାସ୍ତା କଡ଼କୁ ଖସି କାରଟି ଚୁରମାର ହୋଇଯାଇଥିଲା। ହେଲେ କାର ଭିତରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଥିବା ବେଲୁନ ଯୋଗୁଁ ସମସ୍ତ ଯାତ୍ରୀ ଏକ ନଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ବୋଲି ପୋଲିସ କହିଛି। ଅନ୍ୟପଟେ ଥାନାରେ ଏନେଇ ଏକ ଷ୍ଟେସନ ଡାଈରୀ ନମ୍ବର ୧୫/୨୨ କରାଯାଇ ଘଟଣାର ତଦନ୍ତ କରୁଛି।

Leave A Reply