Odisha news

୮୪ କେଜି ଗଞ୍ଜେଇ ଜବତ, ଦୁଇ କାର ସହ ୫ ଗିରଫ 

0
ବ୍ରହ୍ମପୁର ତା ୨୫।୫.ଆଜି ସ୍ଥାନୀୟ ଫାଷ୍ଟ ଗେଟ ଠାରେ ଅବକାରୀ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାରୁ ଦୁଇଟି କାରରେ ଗଞ୍ଜେଇ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଦୁଇଟି କାରରୁ ୮୪ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରି ଥିବା ଜଣାପଡିଛି। ଅବକାରୀ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ,ଅବକାରୀ ଅଧିକାରୀ ଗୋବର୍ଦ୍ଧନ ରଣା ଙ୍କ ନେତୃତ୍ବରେ ଏକ ସାତ ଜଣିଆ ପେଟ୍ରୋଲ ଟିମ ପକ୍ଷରୁ ଗତକାଲି ରାତି ପ୍ରାୟ ସାଢେ଼ ଦୁଇଟା ବେଳେ ଫାଷ୍ଟ ଗେଟ ଠାରେ ରହି ସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଗୁଡ଼ିକ ଯାଞ୍ଚ କରିବା ବେଳେ ଦୁଇଟି କାର କୁ ଯାଞ୍ଚ କରାଯାଇ ଥିଲା। ଦୁଇଟି କାର ରେ ୪ ବସ୍ତା ଗଞ୍ଜେଇ ଥିବା ବେଳେ ୫ ଜଣ ଙ୍କୁ ଧରି ଥିଲେ। ଏହି ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁର କୁ ଅଣା ଯାଇଥିଲା। ଏନେଇ ଅବକାରୀ କେସ ନମ୍ବର ୧୬୯/୨୦୨୪/୨୫ ରେ ଏକ ମାମଲା ରୁଜୁ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ ଓ ଦୁଇଟି କାର ଓ ୮୪ କିଲୋ ଗଞ୍ଜେଇ ଜବତ କରିଛି ବୋଲି ଅବକାରୀ ଅଧିକାରୀ ଗୋବର୍ଦ୍ଧନ ରଣା
ସୂଚନା ଦେଇଛନ୍ତି। ଦୁଇଟି କାର ନମ୍ବର ହେଲା( ଓଡି-୦୫- ଏଚ-୦୭୭୦) ଓ (ଓଡି -୦୫-ଜେ-୧୧୭୩)ଓ ଅଭିଯୁକ୍ତ ମାନେ ହେଲେ କମଳ ଲୋଚନ ବେହେରା (୩୦)ଓ ରାଜ ବିଶି ମାଝି (୨୨) ସାରଗି ଗୁଡା, ଦିବ୍ୟ ଲୋଚନ ସିଂ (୨୪)ଶନିକେତନ,ମାଧବ ଭକ୍ତ (୨୨)ବଲୁରପଦର ଓ ବାବଦରୁ କହଁର (୪୮)ଡୋଙ୍ଗିଆ ସମସ୍ତ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାର। ଯାହା ର ଆନୁମାନିକ ମୂଖ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
Ad2
Leave A Reply