Odisha news

ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ ଉପରେ ସବୁ ଦଳର ନଜର

0
ବ୍ରହ୍ମପୁର :  ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ଦଳିୟ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଥିବା ବେଳେ ଆସନ୍ତା ୧୩ ତାରିଖ ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଲୋକସଭା ଆସନ ଓ ବିଧାନସଭା ଆସନ ନିମନ୍ତେ ମତଦାନ ହେବ। ଏହି ମତଦାନ କୁ ଆଉ ଆଉ ମାତ୍ର ଗୋଟିଏ ଦିନ ମଝିରେ ରହିଛି।  ଶାସକ ବିଜେଡି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ସ୍ବାଧିନ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥି ଲାଗି  ନିର୍ବାଚନ ଅଧିକାରୀ ଓ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,ବିଜେପି ପକ୍ଷରୁ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ, କଂଗ୍ରେସ ପକ୍ଷରୁ ରସ୍ମୀ ରଞ୍ଜନ ପଟ୍ଟନାୟକ ଓ ସ୍ବାଧିନ ପ୍ରାର୍ଥୀ ଭାବେ କଂଗ୍ରେସ ର ପୂର୍ବତନ ଲୋକସଭା ପ୍ରାର୍ଥୀ ଚନ୍ଦ୍ର ଶେଖର ନାଇଡୁ ଙ୍କ ସମେତ ବହୁ ସ୍ବାଧିନ ପ୍ରାର୍ଥୀ ରହିଛନ୍ତି।
ସେହିପରି ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ବିଜେଡି ପକ୍ଷରୁ ପାଞ୍ଚ ପାଞ୍ଚ ଥରର ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେପି ପକ୍ଷରୁ କେ ଅନିଲ କୁମାର, କଂଗ୍ରେସ ପକ୍ଷରୁ ଦୀପକ ପଟ୍ଟନାୟକ ଓ ସ୍ବାଧିନ ପ୍ରାର୍ଥୀ ଭାବେ ବିଜେପି ନେତା ତଥା ପୂର୍ବତନ ମେୟର ଶିବ ଶଙ୍କର ଦାସ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ବ୍ରହ୍ମପୁର ସହରରେ ପାନୀୟ ଜଳ ସଙ୍କଟ, ରାସ୍ତା ଘାଟ, ସ୍ବାସ୍ଥ୍ୟ,ଶିକ୍ଷା ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଥିବା ନେଇ ବିରୋଧୀ ଦଳ ପକ୍ଷରୁ ସହି ଗଳିକନ୍ଦି ରେ ପହଞ୍ଚି ଲୋକ ମାନଙ୍କ ନିକଟରେ ପହଞ୍ଚି ସମସ୍ୟା ଉପରେ ଆଲୋଚନା କରି ସଚେତନ କରି ଭୋଟ ଭିକ୍ଷା କରିବାରେ ଲାଗିପଡିଛନ୍ତି। ସେହିପରି ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ଲୋକ ମାନଙ୍କ ନିକଟରେ ପହଞ୍ଚି ଉପସ୍ଥାପନ କରି ଭୋଟ ଭିକ୍ଷା କରିବାରେ ଲାଗିପଡିଛନ୍ତି। କିନ୍ତୁ ବ୍ରହ୍ମପୁର ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷ ର ବିଜେଡି ସରକାରଙ୍କ ବିକାଶ ଯୋଜନା ଲୋକଙ୍କ ଠାରେ ପହଞ୍ଚି ପାରୁନାହିଁ ବୋଲି କହି ଭୋଟର ମାନଙ୍କ ମନରେ ଆଗ୍ରହ ବଢାଇ ଦେଇଥିଲା ‌ ଫଳରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ପଡିଛି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ତେଣୁ ଏହାର ଫାଇଦା ବିଜେପି ପ୍ରାର୍ଥୀ ଉଠାଇବେ ବୋଲି ଆଲୋଚନା ହେଉଛି। ଅନ୍ୟ ପଟେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଷ୍ଟାର ପ୍ରଚାରକ ଭାବେ ଭି କେ ପାଣ୍ଡିଆନ ବିଜେପି ବିରୁଦ୍ଧରେ ତେଲ, ଗ୍ୟାସ ଦରବୃଦ୍ଧି ଉପରେ କହି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଥିଲେ। ହେଲେ ଏହି ସବୁ ମଧ୍ୟରେ କଂଗ୍ରେସ ର ସାଙ୍ଗଠନିକ ଦୂର୍ବଳ ଓ ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳ ଛାଡ଼ି ବହୁ କର୍ମକର୍ତ୍ତା ଅନ୍ୟ ଦଳକୁ ଚାଲି ଯାଇଛନ୍ତି। ଅନ୍ୟ ପଟେ ପୂର୍ବତନ ମେୟର ଶିଵ ଶଙ୍କର ଦାସ  ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ମେୟର ଥିବା ବେଳେ ବ୍ରହ୍ମପୁର ସହରରେ ବିକାଶ ନିମନ୍ତେ କରି ଥିବା କାର୍ଯ୍ୟକୁ ନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରି ଛନ୍ତି। ସମସ୍ତ ପ୍ରାଥି ଙ୍କର ଭାଗ୍ୟ ଆଉ ଗୋଟାଏ ଦିନ ପରେ ଇଭିଏମ ମେସିନରେ ଭୋଟର ମାନେ ମତଦାନ କରିବେ। ସହର ଠାରୁ ଆରମ୍ଭ କରି ବ୍ଲକ  ପଞ୍ଚାୟତ ର ସବୁ ଗ୍ରାମରେ ଏବେ ଉତ୍କଣ୍ଠା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପରେ ଯଦିଓ ଭାଜପା କୁ ସମର୍ଥନ ବଢିଛି। ତଥାପି ସବୁ ଦଳଙ୍କର ପ୍ରଚାର ବୃଦ୍ଧି ପାଇଛି। ଭାଗ୍ୟ ନିର୍ଦ୍ଧାରଣ କରିବେ ସେଇଟା ସମସ୍ତଙ୍କ ନଜର।
Ad2
Leave A Reply