Odisha news

ବ୍ରହ୍ମପୁର ସହରର ବିକାଶ ହୋଇ ପାରିନାହିଁ,ତାଉପରେ ଅଧିକ ଗୁରୁତ୍ବ ଦେବି:ଶିଵଶଙ୍କର ଦାଶ।।

0
ବ୍ରହ୍ମପୁର :  ବ୍ରହ୍ମପୁର ସହର ବିକାଶ ବହୁ ପଛରେ ପଡ଼ିଯାଇଛି। ସହରରେ ସମସ୍ତ ଅଞ୍ଚଳ କୁ ପାନୀୟଜଳ ଯୋଗାଣ ହୋଇ ପାରିନାହିଁ। ରାସ୍ତା ଘାଟ ଅବସ୍ଥା ବିପର୍ଯ୍ୟସ୍ତ,ଘର ନଥିବା ରୁ
ବସ୍ତି ବାସିନ୍ଦା ହାହାକାର, ଗ୍ରାମ କଣ୍ଟକ ପଟା ମିଳି ନାହିଁ ଯାହା ଫଳରେ ଲୋକ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ରହ୍ମପୁର ବିଧାନସଭା ଆସନର  ବିଧାୟକ ମାନେ ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବାରେ ବିଫଳ ହେଇଛନ୍ତି ବୋଲି  ସ୍ଥାନୀୟ ଗୋସାଇଁ ନୂଆଗାଁ ସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ସ୍ବାଧିନ ପ୍ରାର୍ଥୀ ତଥା ପୂର୍ବତନ ମେୟର ଶିଵଶଙ୍କର ଦାଶ ସୂଚନା ଦେଇଛନ୍ତି। ବ୍ରହ୍ମପୁରର ପ୍ରଥମ ମେୟର ଏବଂ ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ସ୍ବାଧିନ ବିଧାୟକ ପ୍ରାର୍ଥୀ ଶିଵଶଙ୍କର ଦାଶ(ପିଣ୍ଟୁଦାଶ)ଙ୍କ ଚଳିତ ନିର୍ବାଚନରେ ସହର ସହି ଗଳିକନ୍ଦି ଠାରୁ ଆରମ୍ଭ କରି ସମସ୍ତ ବସ୍ତି ବାସିନ୍ଦା ସହିତ ଆଲୋଚନା କରି ଭୋଟ ଭିକ୍ଷା କରି ଛନ୍ତି। ସେବା ନିମନ୍ତେ ଜୋରଦାର ନିର୍ବାଚନୀ ପ୍ରଚାର ବିରୋଧୀଙ୍କ ମୁଣ୍ଡା ବ୍ୟଥାର କାରଣ ପାଲଟିଛନ୍ତି।
ବ୍ରହ୍ମପୁରରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଓ ତାର ସମାଧାନ ପନ୍ଥା’କୁ ସିଧାସଳଖ ଟାର୍ଗେଟ କରୁଥିବା ଅଭିଜ୍ଞ ରାଜନେତା ଶିଵଶଙ୍କର ଦାଶ ।ସହରରେ ବିଭିନ୍ନ ସାହି ଓ ଗଳିରେ ତାଙ୍କ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଶ୍ରୀଯୁକ୍ତ ଦାଶଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା ଦାଶ ମଧ୍ୟ ନିଜ ସାଥିରେ ମହିଳା ସଙ୍ଗଠନକୁ ସାଙ୍ଗରେ ନେଇ ମାରାଥନ ପ୍ରଚାର ଜାରି ରଖିଛନ୍ତି। ବ୍ରହ୍ମପୁରର ବିଭିନ୍ନ ପ୍ରମୁଖ ସ୍ଥାନରେ ମାଠିଆ ଚିହ୍ନର ଜୋରଦାର ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି। ଦମଦାର ପ୍ରଚାର ଏବଂ ପ୍ରାର୍ଥୀଙ୍କ ଦକ୍ଷତା ଯୋଗୁଁ ସହରବାସୀ ଙ୍କ ଅଧିକ ବିଶ୍ୱାସଭାଜନ ହୋଇ ପାରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଶିଵ ଶଙ୍କର। ସେ କହିଛନ୍ତି ଯେ ଗତ ୧୦ ବର୍ଷ ଧରି ପ୍ରେମ ନଗର ରାସ୍ତା ନିର୍ମାଣ କାର୍ଯ୍ୟ ହୋଇ ପାରିନାହିଁ। ସହରରେ ପାନୀୟ ଜଳ, ଶିକ୍ଷା ଦାନ ରେ ଶିକ୍ଷକ ଅଭାବ,ପଟା ସହିତ ଘର ଯୋଜନା ଏହି ଭଳି ଅନେକ ଯୋଜନା ଉପରେ ଆଲୋଚନା କରି ସେ କାର୍ଯ୍ୟ କରିବେ ବୋଲି ଭୋଟର ମାନଙ୍କୁ
ପ୍ରତିଶ୍ରୁତି ଦେଇଛନ୍ତି।
Ad2
Leave A Reply